
ଉତ୍ସାହ ଓ ଜନସହଭାଗିତାରେ ଅନୁଗୋଳରେ ପାଳିତ ହେଲା ୧୬ ତମ ଜାତୀୟ ଭୋଟର୍ ଦିବସ – 2026

ଅନୁଗୋଳ – ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାନୁସାରେ ୧୬ତମ ଜାତୀୟ ଭୋଟର୍ ଦିବସ – ୨୦୨୬ ଅବସରରେ ଆଜି ୨୫ ଜାନୁଆରୀ, ୨୦୨୬ ତାରିଖରେ ସଭାଘର, ଅନୁଗୋଳରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଉତ୍ସାହ ଓ ବ୍ୟାପକ ଜନସହଭାଗିତା ସହିତ ସଫଳତାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଅନୁଗୋଳ ସଭାପତିତ୍ବ କରିଥିଲେ।

ଏହି ଅବସରରେ ପ୍ରଭାତ ସମୟରେ ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ନାଗରିକମାନଙ୍କ ସହଭାଗିତାରେ ଏକ ଭୋଟର୍ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା I ଏହି ରାଲିକୁ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଅନୁଗୋଳ ଏବଂ ଶ୍ରୀ ମାୟାଧର ବେହେରା, ଉପଖଣ୍ଡ ଜିଲ୍ଲାପାଳ, ଅନୁଗୋଳ ଶୁଭାରମ୍ଭ କରିଥିଲେ। ରାଲିଟି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଅନୁଗୋଳ ସହରର ବିଭିନ୍ନ ମୁଖ୍ୟ ରାସ୍ତା ଦେଇ ସଭାଘରରେ ସମାପ୍ତ ହୋଇଥିଲା। ରାଲି ସମୟରେ “My India, My Vote” ବିଷୟବସ୍ତୁକୁ ଆଧାର କରି ଭୋଟ ଦେବାର ଗୁରୁତ୍ବ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା I

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ନୂତନ ଭାବେ ନାମଲେଖା କରି କରିଥିବା ଭୋଟରମାନଙ୍କୁ EPIC କାର୍ଡ ବିତରଣ କରାଯାଇ ସମ୍ମାନିତ କରାଯାଇଥିଲା। ସେହିପରି ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ଦାନ ରଖୁଥିବା ଶ୍ରେଷ୍ଠ BLO, BI.0 ସୁପରଭାଇଜର ଓ ଉତ୍କୃଷ୍ଟ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ସହିତ ଜିଲ୍ଲାସ୍ତରରେ ଆୟୋଜିତ ରଚନା, ବକ୍ତୃତା ଓ କୁଇଜ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା I

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିବା ଶ୍ରୀଯୁକ୍ତ ଧରଣୀଧର ନାଥ (OAS, ଅବସରପ୍ରାପ୍ତ) ତାଙ୍କ ଉଦବୋଧନରେ ସଚେତନ, ସଚେତ ସୂଚିତ ଓ ନୀତିମୂଳକ ଭୋଟ ଦେବାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଲୋକତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ବୋଲି ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ମାୟାଧର ବେହେରା, ଉପଖଣ୍ଡ ଜିଲ୍ଲାପାଳ, ଅନୁଗୋଳ ; ଶ୍ରୀମତୀ ମମତା ପ୍ରଧାନ, ଉପ ଜିଲ୍ଲା ନିର୍ବାଚନ ଅଧିକାରିଣୀ; ଶ୍ରୀମତୀ ସ୍ବାହା ମହାନ୍ତି, ଡେପୁଟି କଲେକ୍ଟର; ଶ୍ରୀ ଜୟଜିତ ଧଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ : ଶ୍ରୀ ସୁକାନ୍ତ କୁମାର ସାହୁ, ସହକାରୀ ଜିଲ୍ଲାପାଳ: ଶ୍ରୀ ସଞ୍ଜୟ ନାୟକ, ସହକାରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ବହୁ ସଂଖ୍ୟକ ବୁଥ ସ୍ତରୀୟ ଅଧିକାରୀ, ଶିକ୍ଷାନୁଷ୍ଠାନ ପ୍ରତିନିଧ୍, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗିଦାରି ନେଇ ଲୋକତନ୍ତ୍ରକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ କରିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)

