ବିଜ୍ଞାନ ପ୍ରଚାର ସମିତି ଓଡିଶାର 76 ତମ
ବାର୍ଷିକ ଉଛବ
କଟକ ସ୍ଥାନୀୟ ଟାଉନହଲ ଠାରେ ବିଜ୍ଞାନ ପ୍ରଚାର ସମିତି ଓଡିଶା ପକ୍ଷରୁ 76ତମ ବାର୍ଷିକ ଉଛବ ଅନୁଷ୍ଠିତ ହୋଇଯାଇଛି
ଆଧୁନିକ ଯୁଗରେ କିଭଳି ବିଜ୍ଞାନର ପ୍ରଚାର ହେବ, ଏହି ସମ୍ବନ୍ଧରେ ଆଲୋଚନା ହୋଇଥିଲା, ବିଜ୍ଞାନକୁ ବିଭିନ୍ନ ଶିକ୍ଷା ମାଧ୍ୟମରେ ଯଥା ସ୍କୁଲ, କଲେଜ ଏବଂ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ଶିକ୍ଷା ଦ୍ୱାରା ସମସ୍ତେ ଜାଣି ପାରନ୍ତି ଆଧୁନିକ ଯୁଗରେ ବିଜ୍ଞାନର ତାତ୍ପର୍ଯ୍ୟ, ତେଣୁ ଏହି ସମିତି ବିଜ୍ଞାନକୁ ପ୍ରଚାର ପାଇଁ ଏକ ମଧ୍ୟାମ, ଯାହା ଦ୍ୱାରା ସମସ୍ତେ ପ୍ରକୁତି ଠାରୁ ଆରମ୍ଭ କରି ପରିବେଶ ପର୍ଯନ୍ତ ସବୁ ଜାଣିପାରିବେ,ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ମହାପାତ୍ର,ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ମୂଖ୍ୟ ବକ୍ତା ଭାବରେ ପ୍ରଫେସର ଡ଼ଃ ବିକ୍ରମ କେଶରୀ ମିଶ୍ର ବିଭlଗ୍ୟ ମୂଖ୍ୟ ସାମାଜିକ ବିଜ୍ଞାନ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ କଟକ, ଯୋଗ ଦେଇ ବିଜ୍ଞାନ ଉପରେ ଆଲୋଚନା କରିଥିଲେ,ଡ଼କ୍ଟର ସୁବ୍ରତ କୁମାର ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା, ଏହି ସଭାରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ସଭାପତି ବିଜ୍ଞାନ ପ୍ରଚାର ସମିତି, ଯୁଗ୍ମ ସମ୍ପାଦକ ଅରବିନ୍ଦ କର, ସମ୍ପାଦକ କବିତା ପାଟଶାଣୀ ତଥା ଡକ୍ଟର ଦୀପକ ରାଜ, ଡ଼କ୍ଟର ପ୍ରଫେସର ବିଭୁତି ବେହେରା ସଦସ୍ୟ, ବିଜ୍ଞାନ ପ୍ରଚାର ସମିତି, ବିଶିଷ୍ଟ ପରିବେଷିତ ଆଶୁତୋଷ ଦେବତା ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ,



