
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଷ୍ଟାଡିୟମ ରେ, ପଞ୍ଚମ ସୁବାସ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି. ଆଜି ସାଧାରଣତନ୍ତ୍ର ଦିବସ ରେ ଫାଇନାଲ ମ୍ୟାଚ ଗଡ଼ ଦୁଦୁରକୋଟ ଓ ଗଡ଼ ତଳମୂଳ ମଧ୍ୟରେ ତିନି ପର୍ଯ୍ୟାୟ ବିଶିଷ୍ଠ ହୋଇଥିଲା..ପ୍ରଥମ ମ୍ୟାଚ କୁ ଗଡ଼ ଦୁଦୁରକୋଟ ଜିତିଥିଲା ବେଳେ ଦ୍ଵିତୀୟ ମ୍ୟାଚ ଗଡ଼ ତଳମୂଳ ଜିତିଲା ପରେ,, ତୁର୍ତୀୟ ମ୍ୟାଚ ବହୁତ ସଂଘର୍ଷ ପୁର୍ଣ ହୋଇଥିଲା. ତୁର୍ତୀୟ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ ତିନି ଓଭର ରେ ତଳମୂଳ 43ରନ ର ଲକ୍ଷ ଦେଇଥିଲା. ମାତ୍ର, ତିନିଓବର ରେ ଦୁଦୁରକୋଟ 41ରନ କରିବାକୁ ସକ୍ଷମ ହୋଇ ଉପ ବିଜେତା ହୋଇଥିଲା.. ଖେଳ ପରିଚାଳନା କରିଥିଲେ ଲିଜୁ ପ୍ରଧାନ ଓ ମଳୟ ଖୁଣ୍ଟିଆ. ସ୍କୋରର ଦାୟିତ୍ୱ ନେଇଥିଲେ ସାହିଲ, ତପୁ ଶ୍ରୀଧର, କୁଲୁ…ଧାରବିବରଣୀଦେଇଥିଲେ ଭୂପେଶ ସାହୁ ଓ ଶଶୀକାନ୍ତ ଗଡ଼ନାୟକ.. ଏବର୍ଷ ର ବିଜେତା ଗଡ଼ ତଳମୁଲ କୁ ମୁଖ୍ୟଅତିଥି ବିରଞ୍ଚି ନାରାୟଣ ସାହୁ କ୍ୟାସ ପ୍ରାଇଜ ସହଟ୍ରଫି ପ୍ରଦାନ କରିଥିଲେ. ଧନେଶ୍ୱର ସାହୁ ମ୍ୟାନ ଅଫ ସିରିଜ ପ୍ରଦାନ କରିଥିଲେ. ବେଷ୍ଟ ବ୍ୟାଟ୍ସ ମ୍ୟାନ ପୁରସ୍କାର ବସନ୍ତ ସାମଲ ପ୍ରଦାନ କରିଥିଲେ. ରନର୍ସ ଅପ ପୁରସ୍କାର ସୁବାସ ର ପରିବାର ଦୁଦୁର କୋଟ କୁ ପ୍ରଦାନ କରିଥିଲେ..



