ପ୍ରଶାସନିକ ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ।

କଳାହାଣ୍ଡି -ଜୁନାଗଡରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ)ସରକାର ଜନମଙ୍ଗଲପାଇ ପରିବେଶ କିପରି ଭାବରେ ସୁରକ୍ଷିତ ରହିବ,ଜନଜିବନ ସୁଖରେ ରହିବବୋଲି ସରକାର ମାଁ ପାଇଁ ଗଛଟିଏ ଲଗେଇ ବା ପାଇଁ ଚେଷ୍ଟାକରୁ ଥିବାବେଳେ।ଜଙ୍ଗଲ ବିଭାଗର ଅବହେଲିତ ପାଇଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ କେଲିଆ ଜଙ୍ଗଲରେ । କେଉଁ ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗେଇଥିବାରୁ ଜଙ୍ଗଲର ଗଛ ଗୁଡାକ ପୋଡି ନଷ୍ଟହୋଇଜାଇଛି, ଗାଁ ର ଲୋକମାନେ ଖବର ପାଇ, ନିଆଁକୁ ଆୟତ କରିଥିବା ଦେଖିବାକୁ ମିଳିଛି।ଗରିବ ଲୋକମାନେ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିବା ବେଲେ ଜଙ୍ଗଲ ପୋଡିଯାଇଥିବା ରୁ ଗରିବ ଲୋକମାନେ ନିରାଶ ହୋଇ ପଡ଼ିଥିବାବେଲେ ,ଗାଁର ଜଙ୍ଗଲ କମିଟି ର ସଦଶ୍ୟ ମାନେ ବିନା ଗ୍ରାମସଭାରେ କାହିଁକି ଜଙ୍ଗଲକୁ ପୋଡାଗଲାବୋଲି ଜଙ୍ଗଲବିଭିଗକୁ ଦାୟିକରିଛନ୍ତି।ଜଙ୍ଗଲ ନଷ୍ଟ ହେଲେ ଆଉଗଛ ଲଗେଇବୁ ବୋଲି ଜଲେଇଦିଆ ଜାଇଛି ବୋଲି ଅଭିଜୋଗ କରି, ଜୁନାଗଡ ପୋଲିସ ଓ ଦକ୍ଷିଣ ବନଖଣ୍ଡ ଅଧିକାରି ଙ୍କୁ ଲିଖିତ ଆକାରରେ ଜଣେଛନ୍ତି,କିଏ ଜଙ୍ଗଲକୁ ନଷ୍ଟକରିବା ପାଇଁ ଚେଷ୍ଟାକରିଛି ତାହାର ତଦନ୍ତ କରି ଦୋଷିକୁ ଦଣ୍ଡ ଦେବାପାଇଁ ଜଙ୍ଗକମିଟି ସମ୍ପାଦକ ଶ୍ରୀ ଜତିରାମ ନାଏକ,ସଭାପତି ଶ୍ରୀମତୀ ପ୍ରଫୁଲ୍ଲ ମାଝି, କୋଷାଧ୍ୟକ୍ଷ ଶ୍ରୀତୁଲାରାମ ମାଝୀ ଓ ଗ୍ରାମବାସି ଅଭିଯୋଗ କରିଛନ୍ତିି ଦେଖାଯାଉ ଜଙ୍ଗଲ ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ଦେଖିବାକୁ ବାକି ରହିଲା।




