ଏବିଭିପି ତରଫ ରୁ ଛାତ୍ର ଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କ୍ୟାରିଅର କାଉନସେଲିଂ

ଧର୍ମଗଡ଼ (ଜାଗ୍ରତ ଭାରତ)
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫ ରୁ ଆଜି ବାଳକ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ ଠାରେ କ୍ୟାରିଅର କାଉନସେଲିଂ ଆରମ୍ଭ। ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର ଙ୍କ ଉପସ୍ଥିତି ରେ ପିଲାମାନଙ୍କୁ ଦଶମ ପାସକ ରିଲା ପରେ କେଉଁ ପରି ଭାବେ ନିଜ କୌଶଳ ମାଧ୍ୟମରେ ନିଜର କ୍ୟାରିଅର କୁ ସଠିକ୍ ଭାବେ ବାଛିବେ ଓ ଆଗମୀ ଦିନରେ ସମାଜ ର ବିବିଧ କ୍ଷେତ୍ର ରେ ରହି ସମାଜ କୁ ଏକ ନୂଆଁ ଦିଗ ଦେବେ ବୋଲି ବୁଝେଇବା ସହ ଦଶମ ପରେ କେଉଁ କେଉଁ କ୍ଷେତ୍ର ରେ ପାଠ ପଢି ପାରିବେ ବୋଲି ବୁଝା ଯାଇଥିଲା। ଏଥିରେ ସୋସିଆଲ ୱେଲଫେୟାର ଅର୍ଗନାଇଯେସନ କଳାହାଣ୍ଡି ର ଧର୍ମଗଡ଼ ବ୍ଲକ ସଭାପତି ସୁମିତ କୁମାର ଖମାରୀ, ଛାତ୍ର ନେତା ଓମ୍ ପ୍ରକାଶ ଚନ୍ଦନ ଉପସ୍ଥିତ ରହି ଛାତ୍ରଙ୍କୁ ବିଭିନ୍ନ କୌଶଳ ଓ ରୁଚି ବିଷୟ ରେ ବିସ୍ତାରିତ ରୂପରେ ଆଲୋଚନା କରିଥିଲେ।



