ତରକାବେଡା କୁମୁରିସିଙ୍ଗା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 2026.

ହିନ୍ଦୋଳ ବ୍ଲକ ର ତରକାବେଡା କୁମୁରିସିଙ୍ଗା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି.. ଏହି ଅବସରରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ସୁଶାନ୍ତ ପତି, ପଂଚାୟତ ସମିତି ଉପାଧ୍ୟକ୍ଷ ବରୁଣ କୁମାର ଶର, ବିଦ୍ୟାଳୟ ର ପୁର୍ବତନ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ, ବୌଦ୍ଧିକ, ନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଆଭିଵାବକଙ୍କ ଭୂମିକା ବାବଦରେ ଆଲୋଚନା କରାଯାଇଥିଲା… ବାର୍ଷିକ ଉତ୍ସବ ସମାରୋହରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭଜନ, ଜଣାଣ ଦେଶାତ୍ମକ ସଂଗୀତ, ଓଡିଶୀ, ସମ୍ବଲପୁରୀ ଗୀତ ଓ ନୁର୍ତ୍ୟ ପରିବେଷଣ କରି, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିଜର କଳା ପ୍ରତିଭା ପ୍ରଦର୍ଶନ କରି ଥିଲେ…. ବାର୍ଷିକ କ୍ରୀଡାରେ ଉତ୍କର୍ଷ ପ୍ରମାଣିତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କପ ଓ ମାନପତ୍ର ଦେଇଥିଲେ.. ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ… ପ୍ରଧାନଶୀକ୍ଷକ ସର୍ବେଶ୍ୱର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ.. ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ, ବିପିନି ବିହାରୀ ସାମଲ ଙ୍କ ଦ୍ୱାରା ଦେବ ଧ୍ଵନି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ଆଗେଇନେବାରେ, ଉପେନ୍ଦ୍ର ଦାସ, ରାଜେନ୍ଦ୍ର ସାମଲ, ସାହାଯ୍ୟ କରିଥିଲେ.. ପରିଚାଳନା କମିଟି ସଦସ୍ୟ ଗିରିଶ ଚନ୍ଦ୍ର ପ୍ରଧାନ, ଭାଗିରଥି ପ୍ରଧାନ, ଶିକ୍ଷକ ତରଣୀସେନ ସାହୁ, ମନୋଜ ପ୍ରଧାନ, ମନୋଜ ସାମଲ, ଗୌରାଙ୍ଗ ଜେନାମଣି, କର୍ମଚାରୀ ପୟୋଧରବେହେରା, ଯୁଗଳ କିଶୋର ବେହେରା, କାର୍ଯ୍ୟକ୍ରମ ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ…
:




