ସରସ୍ବତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ

ଭଟଲି (ଅଭିମନ୍ୟୁ ପଧାନ): ଭଟଲି ସରସ୍ଵତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ସଭାପତି ରମେଶ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ମୁଖ୍ୟଅତିଥି, ପଶ୍ଚିମ ସଂଭାଗ ସମ୍ପାଦକ ତ୍ରିବିକ୍ରମ ଶତପଥୀ ମୁଖ୍ୟବକ୍ତା ତଥା ଶିଳ୍ପପତି ଗୋବର୍ଦ୍ଧନ ବିର୍ମିୱାଲ, କୋଷାଧ୍ୟକ୍ଷ ଲିଙ୍ଗରାଜ ସାହୁ, ବିଭାଗ ନିରୀକ୍ଷକ ଗୁପ୍ତେଶ୍ଵର ଥନାପତି,ପ୍ରଧାନାଚାର୍ଯ୍ୟ ଅକ୍ଷୟ ପୂଜାହାରୀ ସମ୍ମାନିତ ଅତିଥି ଥିଲେ | ଏହି ଅବସରରେ ସ୍କୁଲର ଉନ୍ନୟନ ପାଇଁ ସହାୟତା କରିବାକୁ ଶ୍ରୀ ବିର୍ମିୱାଲ ପ୍ରତିଶ୍ରୁତି ଦେଇଥିଲେ | ପରେ ବିଭିନ୍ନ ପରୀକ୍ଷା, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା |ସଂସ୍କୃତିକ କାର୍ଯ୍ୟକ୍ରମ ବେସ ମନ ମୁଗ୍ଧକର ହୋଇଥିଲା l ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତିଶ୍ରୀ ଭୋଇ ଧନ୍ୟବାଦ ଦେଇଥିଲେ | ସଭା ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସମସ୍ତଙ୍କ ପାଇଁ ଆର୍ଣ୍ଣ ଭୋଜନ ର ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟି କର୍ମକର୍ତ୍ତା ସଙ୍ଗୀତା ଦାଶ ଓ ଅଶୋକ ସାହୁ ଇତ୍ୟାଦି ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଉଚ୍ଚ କୋଟିର ହୋଇଥିଲା l




