ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ଜଗନ୍ନାଥପୂର ପଞ୍ଚାୟତ ଟାକରସିଂହା ଗାଁରେ ଜିଲ୍ଲା ପୁଲିସ୍ ପକ୍ଷରୁ ଚଢାଉ ଜାରି ରହିଛି। ବହୁଳ ପରିମାଣରେ ଅଫିମ ଚାଷ କରୁଥିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ପୁଲିସ୍ ଏନେଇ ଗାଁର ବିଭିନ୍ନ ଯାଗାରେ ଚଢାଉ ଜାରି ରଖିଛି। ଅନୁଗୋଳ ଏସପି ରାହୁଲ ଜୈନଙ୍କ ନେତୃତ୍ୱରେ ଜରପଡା, ପୁରୁଣକୋଟେ ଆଇଆଇସିଙ୍କ ସମେତ ୬ଜଣ ଆଇଆଇସିଙ୍କ ସହ ସ୍ପେସିଆଲ ସ୍କ୍ୱାର୍ଡ, ଗୋଟିଏ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି।



