କଟକର ପୁରାତନ ସ୍କୁଲ ଭକ୍ତମଧୁ ବିଦ୍ୟାପୀଠର ବାର୍ଷିକ ଉଛବ

କଟକ – ଆଜି ସହରର ସବୁଠାରୁ ପୁରୁଣା ତଥା 146 ବର୍ଷର ସ୍କୁଲ ଭକ୍ତମଧୁ ବିଦ୍ୟାପୀଠର ବାର୍ଷିକ ଉଛବ ସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ଯୋଗଦେଇଥିଲେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଆ ଚଳଚିତ୍ର ନାୟକ, ନିର୍ଦେଶକ ଶ୍ରୀତମ ଦାସ,ମୂଖ୍ୟ ବକ୍ତା ଭାବରେ ଶ୍ରୀମତୀ ରଶ୍ମି ରେଖା ଦାସ, ପୂର୍ବତନ ମହିଳା ମୋର୍ଚା ସମ୍ପାଦକ, ଅତିଥି ଭାବରେ ସ୍ୱାଧୀନ ମହାନ୍ତି,

କଟକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ, ଅନ୍ୟ ଅତିଥି ମାନେ ହେଲେ ସ୍ଥାନୀୟ କେର୍ପୋରେଟର ବସନ୍ତ ବେହରା, ସମାଜସେବୀ ତନୟା ରାୟ ଯୋଗଦେଇ ଛାତ୍ରଛାତ୍ରୀ ମାନଂକୁ ଉଛାହିତ କରିଥିଲେ, କୃପାସିନ୍ଧୁ ସାହୁ ମଞ୍ଚ ପରିଚାଳନା କରିଥିଲେ, ସଂଘମିତ୍ରା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ, ଛାତ୍ରଛାତ୍ରୀ ମାନେ ସଂଗୀତ ପରିବେଷଣ କରିଥିଲେ, ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ଦିଆଯାଇଥିଲା ଶେଷରେ ବିଜୟଲଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଆସନ୍ତା 18 ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଉଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ସବୁ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।




