ଟମାଣ୍ଡୋ ଭୁବନେଶ୍ୱର ଚାମ୍ପିଅନ ଏବଂ ରାଇଯିଂ ଷ୍ଟୁଡେଣ୍ଟ୍ ରନର୍ସ ଅପ୍

ଗୋତମରା ଖେଳ ପଡ଼ିଆ ଠାରେ ୧୩ତମ ସର୍ବ ଭାରତୀୟ A.P. SINGH ମେମୋରିଆଲ ଏବଂ ୩୩ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ ମ୍ୟାଚ ଏବଂ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟମାଣ୍ଡୋ ଭୁବନେଶ୍ୱର ଏବଂ ରାଇଯିଂ ଷ୍ଟୁଡେଣ୍ଟ୍ କଟକ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଟମାଣ୍ଡୋ ଭୁବନେଶ୍ୱର ରାଇଯିଂ ଷ୍ଟୁଡେଣ୍ଟ କଟକ ଦଳକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଥିଲେ। ଗ୍ରାଣ୍ଡ ଫାଇନାଲ ମ୍ୟାଚକୁ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ସମାଜସେବୀ ଶ୍ରୀ ଅଭିମନ୍ୟୁ ସାହୁ ଶୁଭାରମ୍ଭ କରିଥିଲେ।ତାଳଚେରର ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ। ଚାମ୍ପିଅନ ଦଳକୁ ୬୦ ହଜାର ପୁରସ୍କାର ରାଶି ଏବଂ ରନର୍ସ ଅପ୍ ଦଳକୁ ୪୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପୂର୍ବତନ ବିଧାୟକ ଛେଣ୍ଡିପଦା ଶ୍ରୀ ସୁଶାନ୍ତ ବେହେରା, ସମବାୟ ବ୍ୟାଙ୍କ୍ ସଭାପତି ଶ୍ରୀ ସନ୍ତୋଷ ପ୍ରଧାନ, ସମାଜସେବୀ ଶ୍ରୀ ବିପ୍ଳବ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଶ୍ରୀ ରାଜୀବ ଲୋଚନ ଦାସ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ସରୋଜ ନାଏକ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୁମୁଦ ବିହାରୀ ସିଂହ, ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀ ବାଉରୀବନ୍ଧୁ ସାହୁ, ଜିଲ୍ଲା ବିଜେଡ଼ି ସମ୍ପାଦକ ଶ୍ରୀ ଉଛ୍ଚବ ଦେହୁରୀ, ନୂଆହତା ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। MBCC କ୍ଲବ୍ ସଭାପତି ତଥା ଜିଲ୍ଲା ବିଜେଡ଼ି ସମ୍ପାଦକ ଶ୍ରୀ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଯୁବ ନେତା ଶ୍ରୀ ଅରୁଣାଭ ସିଂହ, ଗୋତମରା ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ ଉପେନ୍ଦ୍ର ସାମଲ, ଶ୍ରୀ ରୁଦ୍ର ନାରାୟଣ ସିଂହ, ଶ୍ରୀ ସୁଦୀପ୍ତ ସିଂହ, ଶ୍ରୀ ପ୍ରଜ୍ବଳ ସିଂହ, ଶ୍ରୀ ବିଘୋଶ ସିଂହ, ଶ୍ରୀ ବୁଲୁ ସାହୁ, ଶ୍ରୀ ପ୍ରଦୀପ ବରାହ, ଶ୍ରୀ ରାକେଶ ମାଝୀ, ଶ୍ରୀ ସଂଜୀବ ଭୂତିଆ ଏବଂ MBCC କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ମ୍ୟାଚ୍ ଆମ୍ପାଇର ଶ୍ରୀ ତ୍ରିନାଥ ସାମନ୍ତ, ଶ୍ରୀ ସୋମନାଥ ସେଠୀ ଏବଂ କମେଣ୍ଟର ଭାବେ ଶ୍ରୀ ମାନସ ଦାସ ଏବଂ ଶ୍ରୀ ସନ୍ଦିପ ପଣ୍ଡା ଯୋଗଦେଇଥିଲେ।




