**ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀଙ୍କୁ ବିଦୁଷ ଜ୍ୟୋତି ସମ୍ମାନ **
ଭୁବନେଶ୍ୱର ଗୀତଗୋବିନ୍ଦ ଭବନଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ବିଦୁଷ ସଂସଦ, ଭୁବନେଶ୍ୱର…ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶିଷ୍ଟ ସାହିତ୍ୟିକ ଜ୍ୟୋତିର୍ମୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଉତ୍କଳ ସାହିତ୍ୟ ସମାଜ ସଭାପତି ଡଃ ଗୋବିନ୍ଦ ଚାନ୍ଦ, ମୁଖ୍ୟ ଅତିଥି ଅବସର ପ୍ରାପ୍ତ ନିର୍ଦେଶକ ମୀନକେତନ ଦାସ ଓ ବିଦୁଷ ସଭାର ପ୍ରତିଷ୍ଠାତା
କଣ୍ଡୁରୀ ଚରଣ ନାୟକଙ୍କ ସମେତ ଓଡିଶାର ସବୁ ପ୍ରାନ୍ତ ପ୍ରାନ୍ତରୁ ଶତାଧିକ କବି ସାହିତ୍ୟିକ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟର ଗରିମାମୟ ଇତିହାସ ଓ ଆଗାମୀ ଦିନରେ ଓଡ଼ିଆ ଭାଷାର ଉନ୍ନତି ସମ୍ବନ୍ଧରେ ଆଲୋକପାତ କରିଥିଲେ lଏହା ସହିତ ସଭାରେ ଓଡିଶାର ବିଭିନ୍ନ ପ୍ରାନ୍ତର କବି / ସାହିତ୍ୟିକଙ୍କ ସ୍ଵରଚିତ ପୁସ୍ତକକୁ ସମୀକ୍ଷା କରାଯାଇଥିଲା l ଡଃ ତାନଶ୍ରୀ ପାଣିଗ୍ରାହୀଙ୍କର କବିତା ପୁସ୍ତକ ପୂର୍ବରାଗ ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ କବିତା ପୁସ୍ତକ ରୂପେ ମନୋନୀତ ହୋଇଛି l ସେଥିପାଇଁ ତାଙ୍କୁ ବରେଣ୍ୟ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ରୌପ୍ୟ ପଦକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି l ଏହିପରି ୩ó ଜଣ ସାରସ୍ୱତ ସାଧକଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି lଶ୍ରୀମତୀ ପାଣିଗ୍ରାହୀ ଆଡ଼ଭୋକେଟ ଶିବବ୍ରତ ମହାପାତ୍ରଙ୍କ ଧର୍ମପତ୍ନୀ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲିଆ, ବାଲେଶ୍ୱରରେ ଜଣେ ଆଚାର୍ଯ୍ୟା ଭାବେ କାର୍ଯ୍ୟରତା l ତାଙ୍କ ପୁସ୍ତକ ପାଇଁ ଏହି ସମ୍ମାନ ମିଳିଥିବାରୁ ଅନେକ ଶିକ୍ଷାବିତ ଓ ସାହିତ୍ୟିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ll



