ବଲାଣି ପ୍ରିମୀୟର ଲିଗ୍ ର ଦ୍ୱିତୀୟ ସଂସ୍କରଣ ଉଦ୍ଘାଟନୀ ଉତ୍ସବ ଆୟୋଜିତ।
ବଡ଼ବିଲ:୨/୩/୨୬:(ସରୋଜ କୁମାର ମହାପାତ୍ର):କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାବ୍ଳକ ଅନ୍ତର୍ଗତ ବଲାଣି ଥାନା ଅନ୍ତର୍ଗତ ବଲାଣି ଷ୍ଟାଡିୟମ୍ ଠାରେ ବଲାଣି ପ୍ରୀମିୟର ଲିଗ୍ ର ଦ୍ୱିତୀୟ ସଂସ୍କରଣ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଏହି ଅଞ୍ଚଳର ଦୁଇଯୁବ ଖେଳାଳିଙ୍କ ସ୍ମୃତିରେ ଅୟୋଜନ କରାଯାଉଛି। ପ୍ରଥମେ ସେମାନଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ଦ୍ଵିପ ପ୍ରଜ୍ବଳନ କରି ତାଙ୍କରି ସ୍ମୃତିରେ ଦୁଇମିନିଟ୍ ନିରବ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ କୁ ଆରମ୍ଭ କରଯାଇଥିଲା।ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯଯୋକ ଚନ୍ଦ୍ରଗୁପ୍ତ ପ୍ରସାଦ ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ ହୋଇଥିଲା ବେଳେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା ମହୋଦୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନଙ୍କୁ ଅଞ୍ଚଳ ବାସିନ୍ଦା ମାନଙ୍କ ଦ୍ବାରା ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ୍ କରଯାଇ ଭବ୍ୟ ସ୍ବାଗତ କରଯାଇଥିଲା ।ଅତିଥି ମାନଙ୍କ ଦ୍ବାରା ପତାକା ଉତ୍ତୋଳନ କରି ଫିତାକାଟି ସମସ୍ତ ଖେଳାଳି ମାନଙ୍କ ସହ ପରିଚୟ ପରେ ମ୍ୟାଚ୍ ର ଶୁଭାରମ୍ଭ କରାଯାଇଥିବା ଦେଖିବାକୁ ମିଳିଥିଲା।



