ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି କହିଛନ୍ତି, ଭାରତରେ ଖାଉଟୀମାନଙ୍କ ବ୍ୟବାହର ପାଇଁ ଶକ୍ତିର ଅଭାବ ନାହିଁ । ଦେଶରେ ଶକ୍ତି ମହଜୁଦ ରହିଛି । ତେଣୁ ଏଥିନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ସୁନିଶ୍ଚିତ କରିଛନ୍ତି ।
ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବିଭିନ୍ନ ଉତ୍ସ ଏବଂ ପଥ ଦେଇ ଭାରତକୁ ଶକ୍ତି ଆମଦାନୀ ଜାରି ରହିଛି ।
ସେ କହିଛନ୍ତି, ଘରୋଇ ହିତାଧୁକାରୀମାନଙ୍କ ନିମନ୍ତେ କେନ୍ଦ୍ର ସରକାର ସି.ଏନ୍.ଜି. ଏବଂ ପି.ଏନ୍.ଜି.ର ଶତପ୍ରତିଶତ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିପରି ଅନ୍ୟାନ୍ୟ ଶିଳ୍ପଗୁଡ଼ିକ ଶକ୍ତି ଯୋଗାଣର ୭୦ରୁ ୮୦. ପ୍ରତିଶତ ପାଇପାରିବେ । ଦେଶର ଘରୋଇ ହିତାଧୁକାରୀମାନଙ୍କୁ ନିରନ୍ତର ଏବଂ ସୁଲଭ ଦରରେ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସେ କହିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


