ଶ୍ରୀଶ୍ରୀ ରଘୁନାଥଜୀଉଙ୍କର ଝୁଲଣ ପର୍ବ ଉଦଯାପିତ
ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଟାଉନ୍ କୌବଲବଜାରସ୍ଥିତ ଯାଉଁଳି ପୋଖରୀ ମଠସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କର ଝୁଲଣ ପର୍ବ ସୋମବାର ଠାରୁ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲୁଥିବା ବେଳେ ଆଜି ୨୮ ତାରିଖ ଶୁକ୍ରବାର ଗହ୍ମା ପୂର୍ଣିମା ଦିନ ଉଦଯାପିତ ହୋଇଯାଇଛି। ପ୍ରତ୍ୟେହ ସଂଧ୍ୟା ୭ ଘଟିକା ସମୟରେ ଶ୍ରୀ ଜୀଉଙ୍କ ଝୁଲଣ ମଣ୍ଡପକୁ ବିଜେ ପରେ ଆଳତୀ ଓ ଅସ୍ତୁତି ଅନୁଷ୍ଠିତ ହେବ । ପ୍ରତ୍ୟେହ ରାତ୍ର ୮ ଘଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଓ କୀର୍ତନ ପରିବେଷଣ କରାଯାଉଥିଲା । ପ୍ରତ୍ୟେହ ରାତ୍ର ୧୧ ଘଟିକା ସମୟେ ଜୀଉଙ୍କ ମନ୍ଦିର ପ୍ରତ୍ୟାଗମନ । ୨୮ ତାରିଖରେ ମହୋତ୍ସବ ଅନୁଷ୍ଠିତ ହେବା ସହିତ ରାତ୍ର ୯ ଘଟିକାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ଏହି ଉଦଯାପନି ଦିବସ ଅବସରରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ପ୍ରଭୁପାଦ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଭକ୍ତମାନେ ଉପସ୍ଥିତ ରହି ଶ୍ରୀ ଜୀଉଙ୍କ କୁଞ୍ଜଆଳତୀ ଦର୍ଶନ ପୂର୍ବକ ଶ୍ରୀ ଶ୍ରୀ ରଘୁନାଥଙ୍କ ଅପାର କୃପାଲାଭ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

