କେନ୍ଦୁଝର ଜଙ୍ଗଲ ନିଆଁରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଲାଗିଲା ଜଙ୍ଗଲରେ ନିଆଁ କେନ୍ଦୁଝର ଜଙ୍ଗଲ ନିଆରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ । କେନ୍ଦୁଝର ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବନବିଭାଗ ଏହାକୁ ଗୁରୁତର ସହ ନେଇ ଆପ୍ରାଣ ଉଦ୍ୟମ ଜାରି ରଖିଛି | ଏପରିକି ଖୋଦ ଡିଏଫଓ ମଧ୍ୟ ରାତିରାତି ଅନିଦ୍ରା ହୋଇ ନିଆଁ ଲାଗିଥିବା ଜଙ୍ଗେଲରେ ବୁଲି ବୁଲି ବ୍ଳୋୟର ଧରି ନିଆଁ ଲିଭାଉଥିବାବେଳେ ବନବିଭାଗର କଛି କର୍ମଚାରୀଙ୍କ କିନ୍ତୁ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି , ଏପରିକି ବାରମ୍ଵାର ତାଗିଦ୍ ସତ୍ଵେ ମଧ୍ୟ ଶୁଣୁ ନାହାନ୍ତି ଶେଷରେ ବାଧ୍ୟ ହୋଇ କେନ୍ଦୁଝର ଡିଏଫଓ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା। ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ ନିଶାସେବନ ଏବଂ କାର୍ଯ୍ୟରେ ଅବହେଳା ପାଇଁ ପାଟଣା ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ଡିଏଫ୍ଓ । ସମସ୍ତ ନିଲମ୍ବିତ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଯୋଗଦେବାକୁ ଆଦେଶ ଦେଇଥିବା ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ଡିଏଫ୍ଓ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



