ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ।

କେନ୍ଦୁଝର ଜିଲ୍ଲାରେ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା।କାର ବାଇକ୍ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ମୃତ।

କେନ୍ଦୁଝର ଜିଲ୍ଲା ବାରିଆଥାନା ଅନ୍ତର୍ଗତ ଚମ୍ପୁଆ ବାଉଁଶୁଳି ରାସ୍ତାରେ ଗିଧିବାସ ନିକଟରେ ଚମ୍ପୁଆ ପଟୁ ଆସୁଥିବା କାର ସହିତ ଉଖୁଣ୍ଡା ପଟୁ ଯାଉଥିବା ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଆରୋହୀ ମୃତ ବରଣ କରିଥିବା ନେଇ ସୂଚନା।

ଦୁର୍ଘଟଣା ରେ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ ହୋଇଥିବା ନେଇ ସୂଚନା। ଖବର ପାଇ ବାରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇ ଟିକୁ ଜବତ୍ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକ ଦୁଇ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନଥିବା ବେଳେ ବାରିଆ ପୋଲିସ୍ ଏହାର ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



