ଡିଭାଇନ୍ ଇଣ୍ଟିଗ୍ରିଟି ସ୍କୁଲରେ ଶିକ୍ଷକ-ଅଭିଭାବକ କାର୍ଯ୍ୟକ୍ରମ
ନୈତିକ ମୂଲ୍ୟବୋଧ, ଆଧ୍ୟାତ୍ମିକ, ମାତୃଭାଷା, ସୃଜନଶୀଳତାକୁ ଗୁରୁତ୍ବ

ଜଗତସିଂହପୁର,
ତା ୨୪/୩/୨୬ ସ୍ଥାନୀୟ ଏସଭିଏମ୍ କଲେଜ ରୋଡ୍ ମାର୍କଣ୍ଡପୁରସ୍ଥିତ ଡିଭାଇନ୍ ଇଣ୍ଟିଗ୍ରିଟି ସ୍କୁଲରେ ମଙ୍ଗଳବାର ‘ଏ କପ୍ ଅଫ ଟି ଉଇଥ୍ ପ୍ୟାରେଣ୍ଟସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନରେ ନୈତିକ ମୂଲ୍ୟବୋଧ, ପରୋପକାର, ସମାଜସେବାରେ ନିଜକୁ ବ୍ରତୀ କରିବା, ମାତୃଭାଷା, ପରିବାର ମୂଲ୍ୟବୋଧ ଉପରେ ଅତିଥିମାନେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସ୍କୁଲ ଅଧ୍ୟକ୍ଷା ହରପ୍ରସନ୍ନା ରାଉତ କହିଥିଲେ, ଶିକ୍ଷା କେବଳ ପୁସ୍ତକ ନିର୍ମିତ ଜ୍ଞାନ ନୁହେଁ, ସୃଜନଶୀଳତାର ଆବଶ୍ୟକତା ମଧ୍ୟ ରହିଛି। ସେହିପରି ଆଧ୍ୟତ୍ମିକାତରେ ନିଜକୁ ସାମିଲ କରିବା, ପରୋପକାର କରିବା, ମାତୃଭାଷାକୁ ଗୁରୁତ୍ବ ଦେବା ଦରକାର ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ନୂତନ ପ୍ରବେଶ କରିଥିବା ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ, ସମାଜସେବୀ ତଥା ରୋଟାରୀ କ୍ଲବ ସଦସ୍ୟ ଆଲୋକ ରଞ୍ଜନ ଦାସ, ସମ୍ବାଦ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ ଯୋଗ ଦେଇଥିଲେ। ସ୍କୁଲ ଉପାଧ୍ୟକ୍ଷ ପବିନ କୁମାର ମୁଦୁଲି ବାର୍ଷିକ ବିବରଣୀ ପାଠ କରିବା ସହ ପାଠ୍ୟକ୍ରମ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




