ଭୁବନେଶ୍ୱର: ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥିରତା ଓ ଜନ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି । ଗୁଜବ ଉପରେ ବିଶ୍ୱାସ ନକରି ଶାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଏକ୍ସସାଇଜ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା । ଡିଜେଲ ଉପରେ କୌଣସି ଏକ୍ସସାଇଜ ଡ୍ୟୁଟି ଲାଗୁ ହେବ ନାହିଁ । ପୂର୍ବରୁ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ଥିଲା ୧୦ ଟଙ୍କା । ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଭାରତରେ ବି ଶକ୍ତି ସଙ୍କଟ ଦେଖାଦେଇଛି । ଏହା ଉପରେ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଡିଜେଲ ଓ ପେଟ୍ରୋଲର ଦାମ ବୃଦ୍ଧି ହେବା ଆଶଙ୍କାରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


