ଢେଙ୍କାନାଳ ଜିଲ୍ଲା ରକ୍ତ ଭଣ୍ଡାର ରେ ଦେଖା ଦେଇଥିବା ରକ୍ତ ଅଭାବଜନିତ ସମସ୍ୟା ର ସମାଧାନ ପାଇଁ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ପରିସରରେ ରବିବାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିର ରେ ମୋଟ 151 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା. ପ୍ରାରମ୍ଭ ରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଯେ ଢେଙ୍କାନାଳ ରେ ଦେଖାଦେଇଥିବା ରକ୍ତ ସଙ୍କଟ ର ସମାଧାନ ଲାଗି ଏହା ସହାୟକ ହେବ, ସମ୍ମାନିତ ଅତିଥି ଭାବରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ସଭାପତି ରାଜେନ୍ଦ୍ର କୁମାର ଦାସ ଯୋଗଦେଇ ଅନୁଷ୍ଠାନ ର ରକ୍ତଦାନ ସମେତ ଜଳଛତ୍ର ସେବାକୁ ପ୍ରଶଂସା କରିଥିଲେ,ସମାଜ ସେବୀ ଦେବବ୍ରତ ମହାନ୍ତି ରକ୍ତ ସଙ୍କଟ ସମୟ ରେ ଏହି ଶିବିର ଆୟୋଜନ କୁ ବହୁ ପ୍ରଶଂସା କରିଥିଲେ . ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ରକ୍ତ ର ବିକଳ୍ପ ନାହିଁ,ସମସ୍ତେ ସଚେତନ ହେଲେ ରକ୍ତ ଅଭାବ ଦୂର ହେବ. ନିୟମିତ ବ୍ୟବଧାନ ରେ ରକ୍ତଦାନ କରି ଅନ୍ୟ ର ଜୀବନ ବଂଚେଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ.ଏହି ଶିବିର କୁ ଅରୂପ ପରିଜା, ରତିକାନ୍ତ ସେଠି, ଅଞ୍ଜଳି ପରିଡା ଓ ଟ୍ରଷ୍ଟ ର ସଦସ୍ୟ ମାନେ ପରିଚାଳନା କରିଥିଲେ



