ଶାନ୍ତିଶୃଙ୍ଖଳାରେ ସରିଲା ତାଳଚେର ଓକିଲସଂଘ ନିର୍ବାଚନ
ତାଳଚେର, ୨୯/୦୩ ଶାନ୍ତିଶୃଙ୍ଖଳାରେ ସରିଲା ତାଳଚେର ଓକିଲସଂଘ ନିର୍ବାଚନ । ସଭାପତି ଭାବେ ଚିତରଞ୍ଜନ ରାଉତ ୧୪୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବରଂଚି ନାରାୟଣ ପ୍ରଧାନ ୧୧୪ ଖଣ୍ଡ ଭୋଟ ହାତେଇବାରେ ସକ୍ଷମ ହୋଇଥିଲେ । ସେହିପରି ଉପସଭାପତି ରବିନ୍ଦ୍ର ସାମନ୍ତ, ସାଧାରଣ ସମ୍ପାଦକ ଭାବେ ଶୈଳେନ୍ଦ୍ର ସିଂହ, ସହସମ୍ପଦକ ଭାବେ ବିଭିଷଣ ନାଏକ, କୋଷାଧ୍ୟକ୍ଷ ମାନସ ରାଏ, ସାଂସ୍କୃତିକ ସମ୍ପାଦକ ଜ୍ଞାନେଶ୍ୱର ସାହୁ, ଅଡ଼ିଟର ରଜେନ୍ଦ୍ର ସିଂହ, ସେମିନାର ସମ୍ପାଦକ କରୁଣାକର ନାଏକ, ତାଙ୍କ ନିକଟତମ ପ୍ରତିଦ୍ୱିନ୍ଦିକୁ ପରାସ୍ତ କରି ଚଳିତବର୍ଷ ବିଜୟୀ ହୋଇଥିବା ଓକିଲ ସଂଘ ପକ୍ଷରୁ କୁହାଯାଇଛି ।



