ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ।

ଭବାନୀପାଟଣା (ଜାଗ୍ରତ ଭାରତ ) କଳାହାଣ୍ଡି ଜିଲ୍ଲା ସ୍ତରୀୟ ୯୧ ତମ ଓଡିଶା ଦିବସ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ତାନୀୟ ଟାଉନ ହଲ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସହରରେ ରାମଧୁନ ପରିବେଷଣ, ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର କର୍ମକର୍ତ୍ତା ଛାତ୍ରଛାତ୍ରୀ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ଦ୍ଵାର ମାଲ୍ୟାର୍ପଣ କରାଯାଇଥିଲା।

ପୌରପାଳିକା ଭବାନୀପାଟଣା ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ସାମୁହିକ ଭାବରେ ବରେଣ୍ୟ ଅତିଥି ମାନଙ୍କ ଦ୍ଵାର ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ, ଶିକ୍ଷାବିତ୍ ଡଃ ଉମେଶଚନ୍ଦ୍ର ଶତପଥି ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କବି ସାହିତ୍ୟିକ, ବରିଷ୍ଟ ନାଗରିକ, ଜନପ୍ରତିନିଧି, ଗଣମାଧ୍ୟମ ର ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସନ୍ଧ୍ୟାରେ ସ୍ଥାନୀୟ ଟାଉନହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା, ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ପି ଏ ଆଇ ଟି ଡି ଏ, ପ୍ରଦ୍ୟୁମ୍ନ କୁମାର ଦାସ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଜୟ ଶଙ୍କର ନାୟକ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମେଶଚନ୍ଦ୍ର ଶତପଥି ଯୋଗଦେଇ ଓଡିଶା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିବା ସହିତ ଓଡିଶାର ବରପୁତ୍ର ମାନଙ୍କର ସ୍ମୃତି ଚାରଣ କରି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଓଡ଼ିଶାର ପ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡିଶାର ବରପୁତ୍ର, ଓଡ଼ିଆ ଭାଷା ସାହିତ୍ୟ, ସସ୍କୃତି,ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଇତିହାସ ସମ୍ପର୍କରେ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ପରିଚାଳନା କରିଥିଲେ ଏଥିରେ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ମୁଣ୍ଡ ଓ ଏନ୍ ସି ସି ଅଫିସର ରବି ପ୍ରସାଦ କାନୁନଗୋ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡିଶା ପକ୍ଷ ପାଳନ ଲୋଗୋ ର ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାର କରାଯାଈଥିଲା। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




