ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଶନିବାର ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିପାଇଁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଡି ଛୁଆଁଇଛନ୍ତି। କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡି ଛୁଆଁଇଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯାଇଛି।



