କେନାଲରେ ପଶିଲା ସ୍କୋର୍ପିଅ : ବର୍ତିଲେ ମାଆ ପୁଅ
ତାଳଚେର, ୨୩/୦୯ ନୂତନ ଜାତୀୟ ରାଜପଥ ନିର୍ମାଣ ହେଉଥିବାର ବିଳମ୍ବ ଯୋଗୁଁ କାର୍ଯ୍ୟ କରୁଥିବା ଠିକାକର୍ମଚାରୀମାନେ ରାଜପଥକୁ ସମ୍ପୂର୍ଣ୍ଣଭାବେ ନଷ୍ଟ କରିଦେଇଥିବାରୁ ଯାତ୍ରୀମାନେ ଯିବାଆସିବା କରିବାକୁ ଉଛିତ ମଣୁନଥିବା ବେଳେ ଦୁଇଦିନ ପୂର୍ବରୁ ତାଳଚେର ଥର୍ମାଲ ଠାରେ ଏକ ସାଇକେଲ ଆରୋହୀ ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଥିଲେ । ଏହି କଥା ମନରୁ ନଲିଭୁଣୁ ଆଜି ଟ୍ରାଫିକ ଜାମ ରହିଥିବାରୁ ଏକ ସ୍କୋର୍ପିଅରେ ମାଆ ପୁଅ କେନାଲ ରାସ୍ତାଦେଇ ଆସୁଥିବା ବେଳେ ହଠାତ୍ ଭାରସ୍ୟାମ ହରାଇ ସ୍କୋର୍ପିଅଟି କେନାଲ ଭିତରକୁ ପଶିଯାଇଥିଲା । କେନାଲରେ ପାଣିଫୁଲ ରହିଥିବା ବେଳେ ସ୍କୋର୍ପିଅଟି ପାଣିରେ ବୁଡ଼ି ଯାଇଥିଲା । ଭାଗ୍ୟବସତଃ କାରର ସନରୁଫ ରହିଥିବାରୁ ଉପସିତ ବୃଦ୍ଧି ଖର୍ଚ୍ଚକରି ଗ୍ରାମବାସୀଙ୍କ ସହାୟତାରେ ବାହାରକୁ ବାହାରି ଆସିଥିଲେ ।

September 23, 2026/
No Comments


