ହାଇମାକ୍ସ ଲାଇଟ ବିଦ୍ୟୁତ୍ ତାର ସଂଯୋଗିକରଣ ବେଳେ ଦୁର୍ଘଟଣା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ପୌରାଞ୍ଚଳ ସ୍ଥିତ ଯୋଡ଼ା ଆଜାଦବସ୍ତି ଠାରେ ହାଇମାକ୍ସ ଲାଇଟର ବିଦ୍ୟୁତ୍ ତାର ସଂଯୋଗ କରୁଥିବା ବେଳେ ଅସାବଧାନତା ହେତୁ 33 kv ଲାଇନ୍ ତାରର ସଂସ୍ପର୍ଷ ରେ ଆସି ଜଣେ କର୍ମଚାରି ଓ ଘର ପାଖରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ଦୁଇପାଦ ପୋଡି ଯାଇଥିବା ନେଇ ସୂଚନା l କର୍ମଚାରି ଜଣକୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ଯୋଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନ୍ତରିତ କରାଯାଇଥିବା ନେଇ ସୂଚନା କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ପୌରପାଳିକା ପକ୍ଷରୁ ଆଜାଦବସ୍ତି ଠାରେ ନୂତନ ଭାବେ ଏକ ହାଇମାକ୍ସ ଲାଇଟ ବସାଇ ବିଦ୍ୟୁତ୍ ତାର ସଂଯୋଗ କରୁଥିବା ବେଳେ ପାଖରେ ଯାଇଥିବା 33 kv ତାରର ସଂସ୍ପର୍ଶ ହୋଇଥିଲା ଯାହା ଫଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମ୍ପୂର୍ଣ ପାଦ ପୋଡି ଯାଇଥିବା ବେଳେ ସେଠାରେ ଦେଖୁଥିବା ବ୍ୟକ୍ତିର ୨ ଟି ପାଦ ପୋଡି ଯାଇଥିଲା ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଯୋଡ଼ା ମେଡିକାଲକୁ ନେଇଥିଲା ବେଳେ ସେଠାରେ କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିବା ନେଇ ସୂଚନା l

ଘର ପାଖରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗି ତାଙ୍କର ଦୁଇପାଦ ଜଳି ପୋଡି ଯାଇଥିବା ନେଇ ସୂଚନା l ତତ ସହିତ ହାଇମାକ୍ସ ଖୁଣ୍ଟ ପାଖରେ ଥିବା ଘରର ସର୍ଭିସ ତାର ପୋଡି ଯିବା ସହ ସୁଇଚ ବୋର୍ଡ, ଟିଭି, ପଙ୍ଖା, ଅନ୍ୟାନ୍ୟ ଏଲେଟ୍ରିକ ସାମଗ୍ରୀ ପୋଡିଯାଇଥିବା ନେଇ ସୂଚନା l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




