ସର୍ବସାଧାରଣ ଜମିକୁ ଜବରଦଖଲ ଉଚ୍ଛଦେ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମ ପଂଚାୟତର କୁଶୁପଦା ଗ୍ରାମର ବହୁ ଅଧିବାସୀମାନେ ସର୍ବସାଧାରଣ ସରକାରୀ ଜମିର ଜବରଦଖଲ ଉଚ୍ଛେଦ ନିମନ୍ତେ ଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
କୁଶୁପଦା ପ୍ରାଥମିକ ବିଦ୍ୟାଳୟକୁ ଲାଗି ଖାତା ନମ୍ଵର୍ ୯୧, ପ୍ଲଟ୍ ନଂ-୭୫ ଟି ସରକାରୀ ଜମି ରହିଅଛି । ଉକ୍ତ ପ୍ଲଟ୍ ଦେଇ କୁଶୁପଦା ଆଦିବାସୀ ସାହିକୁ ଏକ ରାସ୍ତା ଯିବାସହ ଅବଶିଷ୍ଟ ଜମିକୁ ଗ୍ରାମ ଶ୍ମଶାନ ରୂପେ ଦୀର୍ଘବର୍ଷ ହେବ ବ୍ୟବହାର କରିଆସୁଅଛନ୍ତି । କିନ୍ତୁ ବଡ ଦୁଃଖର ବିଷୟ ସେହି ଗ୍ରାମର ହୃଷି ନାଏକଙ୍କ ପୁଅ ବସନ୍ତ ନାଏକଙ୍କ ସହାୟତାରେ ଢେଙ୍କାନାଳ ଟାଉନ୍ର ଜନୈକ ବ୍ୟକ୍ତି ସରକାରୀ ଜମିକୁ ବଳପୂର୍ବକ ତାରବାଡ ଦେଇ ସେଠାରେ ବେଆଇନ ଭାବେ ଏକ ଘର ନିର୍ମାଣ କରିଛନ୍ତି । ଏହି ବିଷୟରେ ଗ୍ରାମବାସୀମାନେ ଗତ ୨୦୨୫ ମସିହା ଡିସେମ୍ବର ମାସ ୧ ତାରିଖରେ ଏକ ଅଭିଯୋଗ ପତ୍ର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଏବଂ ବଂ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହାକୁ ତଦନ୍ତ ପାଇଁ ତହସିଲଦାରଙ୍କୁ ଆଦେଶ ଦେଇଥିଲେ । ସେହି ଆଧାରରେ କାଙ୍କଡପାଳ ରାଜସ୍ବ ନିରୀକ୍ଷକ ସରଜମିନ ତଦନ୍ତ କରିବାକୁ ଯାଇଥିଲେ ମଧ୍ୟ ଅଦ୍ୟାବଧୂ ଜବର ଦଖଲ ଉଚ୍ଛେଦ ହେଲା ନାହିଁ । ତେଣୁ ପୁନର୍ବାର ଅଦ୍ୟ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ସରକାରୀ ଜମିକୁ ଉଚ୍ଛେଦ କରାଯିବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା (ରାଜସ୍ବ )ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)
