ଓଗୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ଘର ପୋଡ଼ି ପାଉଁଶ, ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ

ଅନୁଗୋଳ:
ଜରପଡା ଥାନା ଅନ୍ତର୍ଗତ ଓଗି ଗ୍ରାମରେ ଗତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଜିତେନ୍ଦ୍ର ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସମୟରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ଅଚାନକ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଏହା ସାଧାରଣ ଅଗ୍ନିକାଣ୍ଡ ନୁହେଁ, ବରଂ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଉଲ୍ଲେଖନୀୟ ଯେ, କିଛିଦିନ ପୂର୍ବରୁ ମଧ୍ୟ ଏହି ଘରକୁ ଦୁଇଥର ନିଆଁ ଲଗାଇବା ପାଇଁ ଚେଷ୍ଟା ହୋଇଥିଲା। ସେତେବେଳେ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା।ଏନେଇ ପୂର୍ବରୁ ରାଜସ୍ବ ନିରୀକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଥିବା ସହ ଗ୍ରାମବାସୀ ମିଳିତ ଭାବେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ତଥାପି ଏପରି ଘଟଣା ପୁଣିଥରେ ଘଟିବା ଗ୍ରାମରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ପ୍ରଭାବିତ ପରିବାରକୁ ଶୀଘ୍ର ସହାୟତା ଯୋଗାଇଦେବା ସହ ଦୋଷୀଙ୍କୁ ଚିହ୍ନଟ କରି କଠୋର ଦଣ୍ଡବିଧାନ କରିବାକୁ ପରିବାର ଓ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



