ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ଦଶ ଲକ୍ଷ ଛୟାଳିଶ ହଜାର ଟଙ୍କା
ତାଳଚେର, ୦୯/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଗୁରୁବାର ଦିନ ଖୋଲା ଯାଇଥିଲା । ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର ଶତପଥି, ଟ୍ରଷ୍ଟ ସଦସ୍ୟ ରାଜେନ୍ଦ୍ର କୁମାର ସିଂ, ମୁରଲୀଧର ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ ସାହୁ, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଧୂଳେଶ୍ୱର ବେହେରାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଥିଲା । ଏଥିରୁ ମୋଟ ଦଶ ଲକ୍ଷ ଛୟାଳିଶ ହଜାର ନଅ ଶହ ଦଶ ଟଙ୍କା (୧୦,୪୬,୯୧୦ ଟଙ୍କା) ସଂଗୃହୀତ ହୋଇଥିଲା । କନେଷ୍ଟବଳ କରୁଣାକର ମହାପାତ୍ର, ବିଭୂତି ଭୂଷଣ ସାମଲ, ଶୁଶାନ୍ତ କୁମାର ସାହୁ, ବିକାଶ ରଞ୍ଜନ ପ୍ରଧାନ, ମାନସ ରଞ୍ଜନ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସଚିନ କୁମାର ସାହୁ, ନାବି ସାମଲ, ପ୍ରତାପ ଚନ୍ଦ୍ର ବେହେରା, ସୌମ୍ୟ ରଞ୍ଜନ ମହାନ୍ତି, ମିଥୁନ ବେହେରା, ଦୀପକ ଦାସ, ମନୋରଞ୍ଜନ ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ, ରାଜେନ୍ଦ୍ର କୁମାର ସାମଲ, ବାଉରୀବନ୍ଧୁ ସାମଲ, ବାପି ସାହୁ, ଶ୍ରୀନିବାସ ଅମନ୍ତ, ପ୍ରସାଦ କୁମାର ଶତପଥୀ, ରଜନୀକାନ୍ତ ପ୍ରଧାନ, ସମ୍ବିତ କୁମାର ସାହୁ, ତାରାକାନ୍ତ ସାହୁ, ପି.ସୂର୍ଯ୍ୟକାନ୍ତ ନରେନ୍ଦ୍ର ରାଓ, ପୁପିନ୍ଦ୍ର ପ୍ରଧାନ, ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ମା ହିଙ୍ଗୁଳାଙ୍କ ଯାତ୍ରାର ଅବ୍ୟାହତି ପୂର୍ବରୁ ସମସ୍ତ ହୁଣ୍ଡି ଖୋଲା ଯାଇ ଏଗାର ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରାଯାଇଥିଲା ।



