ଟ୍ରାଫିକ ସମସ୍ୟାରେ ଜର୍ଜରିତ ଅତାବିରା ! ପୁଣି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିକେ ଚାଲକ ଓ ଆରୋହୀ

ବରଗଡ଼:-୧୦.୦୪.୨୦୨୬(ପବିତ୍ର ମେହେର) ଦୁର୍ଘଟଣା ର ପଥ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଅତାବିରା ଲାଦେରପାଲି ଛକ ରେ ଆଉ ଏକ ଦୁର୍ଘଟଣା।ଦିନ ରାତି ଏହି ରାଜପଥ ରେ ହଜାର ହଜାର ଗାଡ଼ି ମଟର ସହ ଲୋକ ତଥା ସ୍କୁଲ କଲେଜ ପିଲା ଯିବାଆସିବା କରି ରାଜରାସ୍ତା ରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ପଡେ।ଏହି ରାଜରାସ୍ତା ରେ ନିଇତି ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଛାତି ଥରା ମର୍ମନ୍ତୁଦ ଦୁର୍ଘଟଣା ମାନ ଦିନ କୁ ଦିନ ବୃଦ୍ଧି ପାଇ ଜନ ଜୀବନ ନଷ୍ଟ ହୋଇ ସତେ ଯେମିତି ଲୋକଙ୍କ ସୁବିଧା ରେ ଗମନାଗମନ ପରିବର୍ତ୍ତେ ରାଜରାସ୍ତା ଅଭିଶାପ ହୋଇଛି।ନୋ ପାର୍କି ତଥା ଲୋକଙ୍କ ଯିବା ଆସିବା ରାସ୍ତା ରେ ବେନିୟମ ଭାବରେ ପ୍ରଶାସନ ର ଆଢ଼ୁଆଳ ରେ ଛୋଟ ରୁ ବଡ ବଡ ଗାଡ଼ି ମାନ ପାର୍କ କରି ଦିଆ ଦିଆ ଯାଉଥିବା ଓ ଦିନ ରାତି ବାଲି ମାଟି ଚୋରା ଚାଲାଣ ଯୋଗୁଁ ରାଜରାସ୍ତାରେ ଟ୍ରାଫିକ ସମସ୍ୟା ରେ ଜର୍ଜରିତ ହୋଇ ବାରମ୍ୱାର ଦୁର୍ଘଟଣା ଘଟି ଯାଉଥିଲେ ହେଁ ପ୍ରଶାସନିକ ସ୍ତରରେ କୌଣସି ଠୋସ ପଦ କ୍ଷେପ ଗ୍ରହଣ କରାଯାଉ ନାହିଁ।ଯଦ୍ୱାରା ନୂଆଁ ନୂଆଁ ଦୁର୍ଘଟଣା ଦାନା ବାନ୍ଧି ବାରେ ଲାଗିଛି।ଆଜି ସମ୍ବଲପୁର ରୁ ବରଗଡ଼ ଅଭି ମୁଖେ ହାଇୱା ଗାଡ଼ି ନମ୍ୱର୍ – ଓଡି ୧୫ ଏବି ୯୨୩୧ ଗାଡ଼ି ଯିବା ସମୟରେ ଆଉ ଏକ କାର ଓଡ଼ି ୦୩ ଭି ୯୦୨୧ ହଇୱା ରେ ଜୋର୍ ରେ ଧକ୍କା ଦେବା ଫଳରେ କାର ଟି ଚୁର ମାର୍ ହୋଇ ଚାଲକ ଦ୍ବୟ ସହ କାର ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହାଇୱା ଚାଲକ ସହ ଗାଡ଼ି ଦ୍ବୟ କୁ ଅଟକ ରଖି ଅତାବିରା ପୋଲିସ ପଚରା ଉଚୁରା ଜାରି ରଖିଥିବା ଜଣା ପଡ଼ିଛି।



