
ନୂଆଦିଲ୍ଲୀ ପାଇଁ ପାଲଲହଡ଼ା ଠାରୁ ଯିବ ରଥକାଠ ଦାରୁ । ରୀତି ନୀତିରେ ଆରମ୍ଭ ହେଲା ହୋମଯଜ୍ଞ।
ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ବାରକୋଟିଆ ଗ୍ରାମ ଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତିନି ରଥ ନିର୍ମାଣ ନିମନ୍ତେ ନୂଆଦିଲ୍ଲୀ ତ୍ୟାଗ ରାଜସ୍ଥିତ କୁ ରଥ କାଠ ପାଇଁ ଦାରୁ ଯିବାର ସ୍ଥିର ହୋଇଛି। ଏହି ଦାରୁ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ତଥା ପ୍ୟାଟ୍ରୋନ ମେମ୍ବର ଈଂ ଅବନୀ କାନ୍ତ ସାହୁଙ୍କ ସହଯୋଗରେ ଯାଉଅଛି ।

ରଥ କାଠ ଯିବା ପାଇଁ ରୀତି ନୀତି ଅନୁସାରେ ହୋମଯଜ୍ଞ ହେଉଅଛି। ଏହି ଯଜ୍ଞ ଅବସରରେ ପାଳଲହଡ଼ା ଏବଂ କଣିହାଁ ବ୍ଲକର ପ୍ରାୟ ବାର ହଜାରରୁ ଉର୍ଦ୍ଧ୍ବ ଭକ୍ତ ସାମିଲ ହୋଇ ଯଜ୍ଞରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ପାଲଲହଡ଼ା ପାଇଁ ଗର୍ବର ବିଷୟ ବୋଲି ଇଂ ଅବନିକାନ୍ତ ସାହୁ କହିଛନ୍ତିକଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,




