ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ଖୁବଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡିଶା ଟିମ ଯିବ । ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟିଓ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ ।
ମେଗା ପ୍ରକଳ୍ପର ଦାୟିତ୍ୱ ୫ ବର୍ଷ ପାଇଁ ଏକ ଏଜେନ୍ସି ନେବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଂଚକୁ ହସ୍ତାନ୍ତର କରିବୁ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ। ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

