ବଡ଼ବିଲବାସୀଙ୍କ ବହୁ ପ୍ରତିକ୍ଷୀତ ପ୍ରତୀକ୍ଷାରଅନ୍ତ, ରିଙ୍ଗରୋଡ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
କେନ୍ଦୁଝର ଜିଲ୍ଲାର ବଡ଼ବିଲ ବାସୀଙ୍କ ବହୁବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ବଡ଼ବିଲ୍ ବାଇପାସ୍ ରିଂ-ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ୩୫୫ କୋଟି ଟଙ୍କାର ଅନ୍ୟ ୨୪ଟି ପ୍ରକଳ୍ପର ଉଦଘାଟନ ଏବଂ ୫୧ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ମୁଖ୍ୟମନ୍ତ୍ରୀ ବଡ଼ବିଲ୍ ଷ୍ଟାଡିୟମ୍ ଠାରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଓ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବଡ଼ବିଲ୍ କଳିଙ୍ଗ ହାଇସ୍କୁଲ୍ ପଡ଼ିଆରେ ପହଞିବା ପରେ ତାଙ୍କୁ ସେଠାରେ ଅଭୂତପୂର୍ବ ସ୍ଵାଗତ ଓ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ଏକ ସୁସଜ୍ଜିତ ଗାଡିରେ ବସି ମୁଖ୍ୟମନ୍ତ୍ରୀ ହାଇସ୍କୁଲ୍ ପଡ଼ିଆକୁ ଯିବା ସମୟରେ ପାରମ୍ପରିକ ନୃତ୍ୟଗୀତରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଉପସ୍ଥିତ ଜନତା ଦୁଇ ପାର୍ଶ୍ଵରୁ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ I ଏହାପରେ, ସେ ଏକ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ । ସେଠାରେ ସେ ବହୁ ପ୍ରତୀକ୍ଷିତ ୨ହଜାର କୋଟି ଟଙ୍କାରୁ ଉର୍ଧ୍ଵ ୧୮ କିଲୋମିଟର ୩୨୬ ମିଟର୍ ଲମ୍ବର ବଡ଼ବିଲ୍ ବାଇପାସ୍ ରିଂ-ରୋଡ୍ ର ଶିଳାନ୍ୟାସ କରିଥିଲେ । ଏଥିସହ, ୩୫୫ କୋଟି ଟଙ୍କାର ଅନ୍ୟ, ୨୪ଟି ପ୍ରକଳ୍ପର ଶୁଭାରମ୍ଭ ଓ ୫୧ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ବିଗତ ଦିନରେ କେନ୍ଦୁଝର ଜିଲ୍ଲା ସଦର ବିଧାୟକ ଥିବାବେଳେ ବଡ଼ବିଲ ବାସୀଙ୍କ ଏହି ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ଏବଂ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କଥା ଦେଇଥିଲେ କି ଅତିଶିଘ୍ର ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷୀତଦାବୀ ରିଙ୍ଗ ରୋଡ ଓ ବାୟପାସ୍ କୁ ସାକାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।କଥା ଦେଇ କଥା ରଖିଛନ୍ତି ଲୋକଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତବର୍ଷ ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ବଡ଼ବିଲ୍ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପୁରଣ କରିଛନ୍ତି । ବଡ଼ବିଲ୍ ସହର ଦେଇ ଭାରିଯାନ ଚଳାଚଳ କରୁଥିବା ଯୋଗୁଁ ଦୁର୍ଘଟଣା ଘଟିବା ସହିତ, ଧୂଳିଧିଆଁରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଥିଲେ । ବଡ଼ବିଲ ସହର ଉପର ଦେଇ ଯିବାକୁ ଥିବା ପ୍ରସ୍ତାବିତ ଏହି ରିଂ-ରୋଡ ଭଦ୍ରାସାହିରୁ ଆରମ୍ଭ ହୋଇ ବଡ଼ବିଲ କଲେଜ ଦେଇ ଗୋଟିଏ ଭାଗ କଳିଙ୍ଗ ଓ ଅନ୍ୟଟି ନାଲଦା ନିକଟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଯାହା, ଖଣି ଅଞ୍ଚଳର ଲୋକଙ୍କର ବହୁ ଦିନର ଦାବି ପୂରଣ କରିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-15.jpg)