
ଟାଟା ଷ୍ଟିଲ୍ ମେରାମଣ୍ଡଳୀଠାରେ ରକ୍ତଦାନ ଶିବିର ଆୟୋଜିତ: ୩୪୦ ୟୁନିଟ୍ ରକ୍ତ ସଂଗୃହୀତ
ମେରାମଣ୍ଡଳୀ, ୧୩ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ୍)ଠାରେ ଟାଟା ମେନ୍ ହସ୍ପିଟାଲ୍ (ଟିଏମ୍ଏଚ୍), ମେରାମଣ୍ଡଳୀ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ (ଟିଏସଟିଏସଏଲ୍) ଏବଂ ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ୍ ଲିମିଟେଡ୍ (ଟିଏସଏସଏସଏଲ୍) ଏହି ଶିବିର ଆୟୋଜନରେ ସହଯୋଗ କରିଥିଲେ।
ଏହି ଶିବିରରେ ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ମଚାରୀ ଓ ପ୍ଲାଣ୍ଟ ମଧ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ସହଯୋଗୀ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକମାନେ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରେ ମୋଟ ୩୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ଶିବିରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ବହୁ ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କ ମଧ୍ୟରେ ଆଇରନ୍ ଆଣ୍ଡ ଷ୍ଟିଲ୍ ବିଭାଗର ମୁଖ୍ୟ ଅମିତ କୁମାର ସିଂ, ମିଲ୍ସ ଆଣ୍ଡ ଡାଉନଷ୍ଟ୍ରିମ୍ ମୁଖ୍ୟ କପିଲ ମୋଦୀ, ପାୱାର ସିଷ୍ଟମ୍ ମୁଖ୍ୟ ରାଜେଶ କୁମାର ଅଗ୍ରୱାଲ, କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା, ଟିଏସଏସଏସଏଲ୍ର ଏମଡି ତଥା ସିଇଓ ଦୀପକ କାମତ ଏବଂ ଟିଏସଟିଏସଏଲ୍ର ଏମଡି ତଥା ସିଇଓ ସନ୍ଦୀପ ଧୀର ପ୍ରମୁଖ ସାମିଲ ହୋଇଥିଲେ। ଏଥିସହ ଟିଏମଏଚ୍ ମେରାମଣ୍ଡଳୀର ଇନଚାର୍ଜ ଡାକ୍ତର ଆଶିଷ ମହାପାତ୍ର, ବରିଷ୍ଠ ଚିକିତ୍ସା ଅଧିକାରୀ ଡାକ୍ତର ଅବିନାଶ ଦାଶ ଏବଂ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ଏଲଟିଆରଏମଓ ଡାକ୍ତର କୌଶିକ ପାତ୍ରଙ୍କ ସମେତ ଉଭୟ ଅନୁଷ୍ଠାନର କର୍ମଚାରୀମାନେ ସହଯୋଗ କରିଥିଲେ।
ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଅଭିଯାନର ମିଳିତ ସହଯୋଗରେ ଶିବିର ଆୟୋଜିତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।



