ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ତାଙ୍କ ପୁଅ ଆନନ୍ଦ ଭୋସଲେ ମୁଖାଗ୍ନି ଦେଇଛନ୍ତି। ସେ ଏପ୍ରିଲ ୧୨ ତାରିଖରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ମାସ ଧରି ଅସୁସ୍ଥ ଥିଲେ ଏବଂ ବହୁ ଅଙ୍ଗ ଅଚଳ ଯୋଗୁଁଁ ତାଙ୍କର ଦେହାନ୍ତ ହୋଇଛି। ଆଜି ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।
ଅନେକ ରାଜନେତା, ଅଭିନେତ୍ରୀ ଓ ଅଭିନେତା ଆଜି ତାଙ୍କର ଶେଷ ଦର୍ଶନ କରିଛନ୍ତି। ସଭିଁଙ୍କ ଆଖିରେ ଗଭୀର ଦୁଃଖ ଓ ଲୁହ ଥିଲା। ଆଶାଙ୍କ ପରଲୋକରେ ବଲିଉଡ ଠାରୁ ଆରମ୍ଭ କରି ରାଜନୀତି ଜଗତ ପର୍ଯ୍ୟନ୍ତ ଶୋକର ଛାୟା ଖେଳି ଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
