କୀରିବୁରୁଛକ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା ତଥା ବଡ଼ବିଲ ର ମୁଖ୍ୟ ପ୍ରବେଶପଥ କିରୀବୁରୁ ଛକ ନିକଟରେ ଥିବା ମାଆ ତାରିଣୀଙ୍କ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ମାଆ ତାରିଣୀଙ୍କ ସକାଳପୂଜା ପରେ ମାଆଙ୍କ ମନ୍ଦୀର ପ୍ରାଙ୍ଗଣରୁ ପୂଜାର୍ଚ୍ଚନା କରିବା ପରେ କଳସୀଧରି ମାଆମାନେ ସୁଦୂର ମାତ୍କାମ୍ବେଡା ସ୍ଥିତ ଚମ୍ପକେଶ୍ୱର୍ ମନ୍ଦୀର ନିକଟରେ ଥିବା କାରୋନଦୀ ରେ ପୂଜାର୍ଚ୍ଚନା କରିବା ପରେ ଶହେଆଠ କଲସରେ ପାଣିଧରି ଶଙ୍ଖ ଓ ବାଦ୍ୟର ତାଳେ ତାଳେ ପଦଯାତ୍ରାରେ ଆସି ମାଆଙ୍କ ମନ୍ଦୀର ପ୍ରାଙ୍ଗଣରେ ପହଞ୍ଚି କଳସ ସ୍ଥାପନ ପରେ ଯଥା ରୀତିନୀତି ରେ ପୂଜାପାଠ ଓ ହୋମଯଜ୍ଞ କର୍ମ ଆଦି ଆରମ୍ଭ ହୋଇଥିଲା ଏବଂ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଥିବାରୁ ଦ୍ୱିପ୍ରହରରେ ମାଆଙ୍କ ନିକଟରେ ପଣା ପ୍ରସ୍ତୁତ କରାଯାଇ ମାଙ୍କୁ ଅର୍ପଣ କରାଯିବା ସହ ଶତାଧିକ ସଂଖ୍ୟାରେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପଣା ବଣ୍ଟନ କରାଯାଇଥିଲା ଏବଂ ପ୍ରାୟ ସନ୍ଧ୍ୟା ୬.୪୦ମିନିଟ୍ ସମୟରେ ଯଜ୍ଞର ପୋର୍ଣାହୁତି ଅର୍ପଣ କରାଯାଇଥିଲା ଏବଂ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାଙ୍କ ପାଇଁ ପ୍ରାସାଦ ବଣ୍ଟନ କରାଯାଇଥିଲା ଓ ଏକ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଆଜି ମାଆ ତାରିଣୀଙ୍କ ଚଇତିପର୍ବ ଓ ହନୁମାନ ଜୟନ୍ତୀ ଥିବାରୁ ବଡ଼ବିଲ ପୌରାଞ୍ଚଳରେ ଥିବା ମାଆ ତାରିଣୀଙ୍କ ବିଭିନ୍ନ ଶକ୍ତିପୀଠ ଓ ହନୁମାନ ମନ୍ଦିର ରେ ବଡ଼ଆଡ଼ମ୍ବର ସହକାରେ ପୂଜା ପୂଜାର୍ଚ୍ଚନା କରଯାଇଥିବା ବେଳେ ପ୍ରାସାଦ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



