ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ମହାବିଷୁବ ସଂକ୍ରାନ୍ତି’ ଓ ‘ଓଡ଼ିଆ ନବ ବର୍ଷ’ ପାଳିତ

ମେରାମଣ୍ଡଳୀ, ୧୪ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଟିଏସ୍ଏମ୍ ପ୍ଲାଣ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା।
ସମାରୋହରେ ଓଡ଼ାପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଓଡ଼ିଆ ଲେଖିକା ଶ୍ରୀମତୀ ପୁଷ୍ପଲତା ରଥ ମୁଖ୍ୟବକ୍ତା ଭୋବ ଯୋଗେଦଇଥେିଲ। ଏଥିସହିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ମାନବ ସମ୍ବଳ ବିଭାଗ ମୁଖ୍ୟ ସଚ୍ଚିଦାନନ୍ଦ ରାଉତ,ପ୍ରଶାସନ ବିଭାଗ ମୁଖ୍ୟ ଅନୁଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଞ୍ଜପଡ଼ା ସରପଞ୍ଚ ଶୈଳେନ୍ଦ୍ରୀ ଅମାନ୍ତ, କୁଶୁପଙ୍ଗା ସରପଞ୍ଚ ଅନିତା ନାୟକ ଓ ମଙ୍ଗଳପୁର ସରପଞ୍ଚ କାନନବାଳା ରାଉତ ଉପସ୍ଥିତ ଥିଲେ।

ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହିତ ଓଡ଼ଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ଲୋକ ସଙ୍ଗୀତ ଏବଂ ସଂକୀର୍ତ୍ତନ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଝୋଟି, ପିଠା ପ୍ରସ୍ତୁତି, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ I
ଟାଟା ଷ୍ଟିଲ୍ ଫାଉଣ୍ଡେସନର ମେରାମଣ୍ଡଳୀର ଟିମ୍ ଉପସ୍ଥିତ ରଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିଥିଲେ।
ଏହିଭଳି ପଦକ୍ଷେପ ମାଧ୍ୟମରେ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ସହିତ ସଂସ୍କୃତିର ପ୍ରସାର ଦିଗରେ ନିଜର ଯୋଗଦାନ ଦେଇଛି।




