ଏ ବି ଏସ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳନ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମ ପଞ୍ଚାୟତ ଖେଳ ପଡ଼ିଆ ଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୫ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଞ୍ଚଳିକ ବହୁଜନ ସମିତି ସଂଗଠନର ସଭାପତି ମହେଶ୍ଵର ବେହେରାଙ୍କ ନେତୃତ୍ଵରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଟାଟା ଷ୍ଟିଲ ସମ୍ମୁଖ କଣ୍ଟାବଣିଆ ଠାରୁ ବାହାରି ସନ୍ତ୍ରୀଛକ ପରିକ୍ରମା କରିବା ସହିତ ବଅଁରପାଳ ଛକରେ ଥିବା ପେଟ୍ରୋଲ ପମ୍ପ ଠାରେ ବାଇକ ରାଲି ପହଞ୍ଚି ଥିଲା। ସେହିଠାରୁ ସାତ ହଜାର ପାଖା ପାଖି ଲୋକ ଏକତ୍ରିତ ହୋଇ ଏକ ପଦଯାତ୍ରା କରି ପୂର୍ବାହ୍ନରେ ବନ୍ଦା ସ୍ଥିତ ସଭା ସ୍ଥାଳୀ ଠାରେ ପହଞ୍ଚି ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏ ବି ଏସ୍ ସଂଗଠନର ମୁଖ୍ୟ ମହେଶ୍ଵର ବେହେରା ଯୋଗ ଦେଇ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ବାବା ସାହେବ ଆମ୍ବେଦକରଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବଲାଙ୍ଗୀରର ଅର୍ଗାନାଇଜର ଜ୍ଞାନ ଜୋତି ମାତା ସାବିତ୍ରୀ ବାଇ ଫୁଲେ ମହାସଂଘର ରୁପାଲି ମହାନନ୍ଦ ଉପସ୍ଥିତ ରହି ଆମ୍ବେଦକରଙ୍କ ଅବଦାନ ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଊତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଆମ୍ବେଦକରଙ୍କ ଜୀବନି ସମ୍ପର୍କରେ ସେ ଆଲୋକପାତ କରିବା ସହିତ ଏଣୁ ଆମେ ସମସ୍ତେ ଅନ୍ୟର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ନିମନ୍ତେ ସେ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏ ବି ଏସ୍ ଉପ ସଭାପତି ମୁନା ନାଏକ, ସଧାରଣ ସମ୍ପାଦକ କ୍ଷୀରୋଦ ବେହେରା, ଅନୁଗୁଳ ବାବାସାହେବ ଫାଉଣ୍ଡେସନର ସାଧାରଣ ସମ୍ପାଦକ ଚିତରଞ୍ଜନ ଗୌତମ , ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନ ସଭାପତି ପ୍ରଦ୍ୟୁମ୍ନ ନାଏକ, ସାଧାରଣ ସମ୍ପାଦକ ଚିତ୍ରସେନ ନାଏକ. ସମାଜସେବୀ ଅଭିମନ୍ୟୁ ସାହୁ, ବନ୍ଦା ଗ୍ରାମ ସରପଞ୍ଚ ନକୁଳ ସାହୁ, ବୁଢ଼ାପଙ୍କ ଗ୍ରାମର ପୂର୍ବତନ ସରପଞ୍ଚ ଉତ୍ସବ ଦେହୁରୀ, ଅନୁଗୋଳ ଭିମ ଆର୍ମି ସଂଗଠନ ସଭାପତି ଅନନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ନିଜ ଅଭିଭାଷଣ ରେ ସମାଜ ସେବା କ୍ଷେତ୍ରରେ ଓ ସମ୍ବିଧାନ ପ୍ରଣୟନରେ ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇବା ସହ ତାଙ୍କ ଜୀବନି ଆସନ୍ତା ପିଢୀ ପାଇଁ ପ୍ରେରଣା ଦାୟକ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳର ସମସ୍ତ ବାବା ସାହେବ ଆମ୍ବେଦକର କର୍ମୀ ସହଯୋଗ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।




