ଶଙ୍କରାଚାର୍ଯ୍ୟ ଙ୍କ ଆଦିତ୍ୟ ବାହିନୀ ର ତାଳଚେର ଶାଖାର ବୈଠକ
ଆଦିତ୍ୟ ବାହିନୀ ତାଳଚେର ଶାଖାର ନୂତନ କର୍ମକର୍ତ୍ତା ମନୋନୀତ
ତାଳଚେର :ତା 15/04/2026: ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଗୋବର୍ଦ୍ଧନ ପୀଠ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ର ଏକ ଗୁରୁତ୍ୱପୂର୍ଣ ବୈଠକ ଘଣ୍ଟପଡ଼ା ଚାଲଗଡ଼ ଶିବ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି |ସଂଗଠନ ସଚିବ ବରୁଣ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ପ୍ରାକ୍ତନ ବରିଷ୍ଠ ପ୍ରଶାସକ ହେମନ୍ତ ଦାସ ମୁଖ୍ୟ ଅତିଥି ଏବଂ ଆଦିତ୍ୟ ବାହିନୀ ର ଓଡିଶା ପ୍ରଦେଶ ର ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ |ମୁଖ୍ୟ ଅତିଥି ଜଗତଗୁରୁ ସ୍ପୂଜ୍ୟ ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କର ଭାରତ କୁ ହିନ୍ଦୁରାଷ୍ଟ୍ର ପରିକଳ୍ପନା ପାଇଁ ଯେଉଁ ସବୁ ପ୍ରୟାସ ଜାରି ରହିଛି ସେହି ବିଷୟ ରଖିଥିଲେ |ମୁଖ୍ୟ ବକ୍ତା ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସଂଗଠନ ର ଗତିବିଧି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରକାଶ କରିଥିଲେ |ହିନ୍ଦୁ ସମାଜ ଏକ ହୋଇ ହିନ୍ଦୁ ରାଷ୍ଟ୍ର ଲକ୍ଷ ନେଇ ଶାସ୍ତ୍ର ସହ ଶସ୍ତ୍ର ର ଆବଶ୍ୟକତା ଉପରେ ବିଚାର ରଖିଥିଲେ |ଅନୁଗୁଳ ଜିଲ୍ଲା ତଥା ତାଳଚେର ରେ ସଂଗଠନ କୁ ସୁଦୃଢ କରିବା ଉପରେ ମତ ରଖିଥିଲେ |ସଂଯୋଜକ ପର୍ଶୁରାମ ବାରିକ ବୈଠକ ରେ ସଂଯୋଜନା କରିଥିଲେ |ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ଡ଼ା ସଂଜୀବ ରାଉତ ଯୋଗ ଦେଇଥିଲେ |ଆଗାମୀ 21 ତାରିଖ ରେ ଶଙ୍କର ଜୟନ୍ତୀ ପାଇଁ ପୁରୀ ଯିବା ଉପରେ ଆଲୋଚନା ହୋଇଥିଲା |ଆଗାମୀ ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା |କ୍ଷେତ୍ରୀୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଜିଲ୍ଲା ସଭାପତି ଲଳିତ କୁମାର ଦାସ, କୋଷାଧକ୍ଷ କାଲୁ କୁମାର ସାହୁ ପ୍ରାକ୍ତନ ଜିଲ୍ଲା ସଭାପତି ବାସୁଦେବ ହୋତା, ଙ୍କ ସମେତ ଅନୁଗୁଳ ଜିଲ୍ଲାର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ |ପୀଠ ପରିଷଦ ରେ ପର୍ଶୁରାମ ବାରିକ, ବୃନ୍ଦାବନ ବେହେରା, ବୁଦ୍ଧିମନ୍ତ ପାତ୍ର, ମଦନ ସୁନ୍ଦର ପ୍ରଧାନ ଓ ବୀର କିଶୋର ମିଶ୍ର, ଆନନ୍ଦ ବାହିନୀ ରେ ସରୋଜିନୀ ସାହୁ, ଲିକି ପ୍ରଧାନ, ସବିତା ସାହୁ, କାଞ୍ଚନ ବାଳା ପ୍ରଧାନ, ଲିଲି ସାହୁ ଓ ସୁମିତା ରଥ, ଆଦିତ୍ୟ ବାହିନୀ ରେ ଅଧ୍ୟକ୍ଷ ଜ୍ୟୋତିର୍ମୟ ରଥ, ଉପାଧ୍ୟକ୍ଷ ବିଜୟ କୁମାର ସାହୁ, ସଚିବ ବିକାଶ କୁମାର ସାହୁ, ସହ ସଚିବ ସୁଶାନ୍ତ କୁମାର ବିଶ୍ୱାଳ, କୋଷାଧକ୍ଷ ଅନ୍ତର୍ଯ୍ୟାମୀ ସାହୁ, ସହ କୋଷାଧକ୍ଷ ସୁରେଶ କୁମାର ସାହୁ, ସଂଗଠନ ସଚିବ ଅମୁଲ୍ୟ ସାହୁ, ପ୍ରଚାର ସଚିବ ସୁନୀଲ କୁମାର ସାହୁ, ସାଂକୃତିକ ସଚିବ ଲୁଲୁ ସାହୁ, ସେବା ସଚିବ ବବଲୁ ସାହୁ, କାର୍ଯ୍ୟାଳୟ ସଚିବ ସୁଶୀଲ ସାହୁ, ମିଡ଼ିଆ ସେଲ ସଚିବ ଅମିତ କୁମାର ସାହୁ ଙ୍କୁ ମନୋନୀତ କରାଯାଇଛି |କାର୍ଯ୍ୟକାରିଣୀ ସଦସ୍ୟ ଭାବେ 97 ଜଣଙ୍କୁ ଦାୟିତ୍ୱ ଦିଆଯାଇଛି |ନୂତନ କମିଟି ୩ ବର୍ଷ ପାଇଁ କାର୍ଯ୍ୟ କରିବ |ତାଳଚେର ଶାଖାର ପ୍ରମୁଖ ଭାବେ ବରୁଣ କୁମାର ସାହୁ ଓ ପର୍ଶୁରାମ ବାରିକ ଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି |ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ |



