
ଜିଲ୍ଲା ସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ,ତା.୨୦.୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଗୋଳ ଜିଲ୍ଲାରେ କୃଷି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧୂ ଶ୍ରୀ ସୁଦିପ ଗଡନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧୂ ଶ୍ରୀ ଚୌଧୁରୀ ପ୍ରଧାନ, କୃଷି ସ୍ଥାୟୀ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମୀରା ଗଡନାୟକ, ଜୋନ-୨୭ର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଚାଷୀ କୂଳର ସମ୍ମାନ ତଥା ଚାଷ ଓ ଚାଷୀର ଉନ୍ନତି କାମନା କରି କୃଷି ବିଭାଗ ତରଫରୁ ପୂଜାର୍ଚ୍ଚନା ସହିତ ମୁଖ୍ୟ ଅତିଥ୍ଙ୍କ ଦ୍ବାରା ଅକ୍ଷି ମୁଠି ଅନୁକୁଳ କରାଯାଇଥିଲା । ଏହି ଅବସରରେ କୃଷି ବିଭାଗ ତରଫରୁ ଏକ କୃଷି ରଥର ଊଦଘାଟନ କରାଯାଇଥିଲା । ଏହି କୃଷି ରଥ ଆଜି ଠାରୁ ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଳକ୍ ଭ୍ରମଣ କରି ଖରିଫ -୨୦୨୬ ଉପରେ କୃଷି ବାର୍ଷା ପ୍ରଚାର କରିବ ।

ଏହି ଶୁଭଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ଖରିଫ ଚାଷର ସହାୟତା ପାଇଁ ତଥା ଚାଷୀଙ୍କୁ ସମ୍ମାନ ପାଇଁ ସରକାରଙ୍କ ତରଫରୁ ସି .ଏମ୍ କିଷାନ ଯୋଜନାରେ କିସ୍ତି ପ୍ରଦାନ କରାଯାଇଥିଲା । ଏହି ସିଧା ପ୍ରସାରଣରେ ଚାଷୀ, ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପ୍ରକାଶଥାଉକି, ଜିଲ୍ଲାର ମୋଟ ୧ ଲକ୍ଷ ୪୮ହଜାର ୯୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ୨୯ କୋଟି ୭୮ ଲକ୍ଷ ୬୨ ହଜାର ଟଙ୍କା ଏହି ଯୋଜନା ଅନ୍ତର୍ଗତ ଆଜି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧୋକାରୀ, ଚାଷୀ ତଥା ଗଣମାଧ୍ୟମର ପ୍ରତିନିଧ୍ବ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ.ଦେବାଶିଷ ମିଶ୍ର ପରିଚାଳନା କରିଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିନୋଦ କ୍ରମାର ଦଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।




