ଶ୍ରୀଦଧିବାମନଙ୍କ ରଥ ନିର୍ମାଣ ର ଅଖ ଚକ ପୂଜା ଅନୁକୂଳ
ଭଟଲି (ଅଭିମନ୍ୟୁ ପଧାନ ):- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମବାର ଭଟଲି ଦଧିବାମନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଛି। ମନ୍ଦିର ସମ୍ମୁଖରେ ଆଜି ଶାସ୍ତ୍ରୀୟ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ମନ୍ଦିର ପୂଜକ ଲଳିତ ରଥଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗୌନ୍ତିଆ ପରମାନନ୍ଦ ସାହୁ କର୍ତ୍ତା ଦାୟିତ୍ଵ ତୁଳାଇଥିବା ବେଳେ ପୂଜକ ଗୌରଚନ୍ଦ୍ର ରଥ ସହଯୋଗ କରିଥିଲେ। ପୂଜାରେ ରଥ ନିର୍ମାଣ ପାଇଁ ବରିଷ୍ଠ ମହାରଣା ଗୋପୀନାଥ ସାହୁ, ଚନ୍ଦ୍ରଶେଖେର ସାହୁ, ଅନ୍ତର୍ଯ୍ୟାମୀ ପଧାନ ଓ ଅଧିକାରୀ ସାହୁଙ୍କୁ ବରଣ କରାଯାଇଥିଲା | ଏହା ସହ ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକର ବି ପୂଜା କରାଯାଇଥିଲା । କାର୍ଯ୍ୟକ୍ରମରେ ନାରାୟଣ ସାହୁ, ସୁରେନ୍ଦ୍ର ମୋହନ ଅଗ୍ରୱାଲ, ପ୍ରହଲ୍ଲାଦ ପଧାନ, ଭିକାରୀ ମେହେର, ନବନିଯୁକ୍ତ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଭାଗୀରଥି ପଧାନ, ମୋତିଲାଲ ବନଛୋର, ଶ୍ୟାମସୁନ୍ଦର ସାହୁ, ଦୁଷ୍ମନ୍ତ ସାହୁ, ରାମ ବେହେରାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

