ବଅଁରପାଳ – ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ଗ୍ରାମର ସାମ୍ୱାଦିକ ପ୍ରିୟବ୍ରତ ସାମଲଙ୍କ ମାତା ପୁଷ୍କଲତା ସାମଲଙ୍କ ୫୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ପରିବାର ଲୋକେ ପାଖରେ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି। ଆଜି ତାଙ୍କର ଅନ୍ତିମ ସଂସ୍କାର ନୂଆହତା ଗ୍ରାମରେ କରାଯାଇଥିଲା।
ସାମ୍ବାଦିକଙ୍କ ମାତୃ ବିୟୋଗଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ଓଡିଶା ଭାସ୍କର ନ୍ୟୁଜ ପ୍ରତିନିଧୂ ପ୍ରିୟବ୍ରତ ସାମଲ ମାତୃ ପୁଷ୍କଲତା ସାମଲ ଙ୍କ ୫୮ ବର୍ଷ ବୟସରେ ଚିକିତ୍ସାଧୂନ ଅବସ୍ତାରେ ବିୟୋଗ ହୋଇଛି । ପୁଷ୍କଲତା ଙ୍କ ଚଳିତ ମାସ ୧୦ ତାରିଖ ସକାଳ ପ୍ରାୟ ୯ ଘଟିକା ସମୟରେ ମୁର୍ଚ୍ଛା ହୋଇ ପଡ଼ି ଯାଇଥିଲେ। ପରିବାର ଲୋକେ ନିକଟରେ ଥିବା ଏକ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ତର ଥୂବାରୁ ଡାକ୍ତର ତାଙ୍କୁ ଅଧୂକ ଚିକିତ୍ସା ପାଇଁ ଭୁବନେଶ୍ବର ଏକ ବେସରକାରୀ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ। ତେବେ ପରିବାର ଲୋକେ ଆମ୍ବୁଲାନ୍ସ ରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଇ ଚିକିତ୍ସାଳୟ ରେ ଭର୍ତ୍ତି କରାଇବା ପରେ ଡାକ୍ଟର୍ ବ୍ରେନ ଷ୍ଟ୍ରୋକ ହୋଇଥିବା ନେଇ ସୂଚନା ଦେବା ପରେ ଡାକୁର୍ ତାଙ୍କର୍ ମସ୍ତିଷ୍କ ଅସ୍ତ୍ରୋପଚାର କରାଇଥିଲେ । ଦିର୍ଘ ୧୧ ଦିନପରେ ତାଙ୍କର୍ ମୃତ୍ୟୁ ଘଟିଛି। ମୃତ୍ୟୁ ସମୟରେ ତାଙ୍କ ପାଖରେ ଦୁଇ ପୁଅ, ପୁତୁରା, ଝିଆରୀ, ନାତି ନାତୁଣୀ ଉପସ୍ଥିତ ଥୂଲେ। ସାମ୍ବାଦିକ ଙ୍କ ମା ପୁଷ୍କଲତା ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।



