କଟକ ଜିଲ୍ଲା କଂଗ୍ରେସ ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଲେ ମହିଳା ବିଲକୁ ନେଇ ବିଜେପିର କୁମ୍ଭୀର କାନ୍ଦଣା
ମହିଳା ସରଂକ୍ଷଣ ବିଲକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ। ପୂର୍ବରୁ ଅର୍ଥାତ 2023 ରେ ବିରୋଧୀ ଦଳ ମାନଙ୍କର ସମର୍ଥନରେ ପାସ ହୋଇଥିଲା ଏହି ବିଲ। ତେବେ କଂଗ୍ରେସର ତଥ୍ୟ ଅନୁଯାୟୀ 2023 ରେ ପାସ ହୋଇଥିବା ମହିଳା ସରଂକ୍ଷଣ ଅଧିନିୟମ 2026 ଏପ୍ରିଲ 16 ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆଇନରେ ପରିଣତ ହୋଇସାରିଛି ବୋଲି କଟକ ଜଗତପୁର ସ୍ଥିତ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ରାଜ୍ୟ ମୁଖପାତ୍ର ଜୟଶ୍ରୀ ପାତ୍ର। ସେ କହିଛନ୍ତି ଯେ, ମୋଦି ସରକାର ଚାହିଁଲେ 2023 ରେ ପାସ ହୋଇଥିବା ମହିଳା ବିଲ ସରଂକ୍ଷଣ ଆଇନ ଅନୁସାରେ ତୁରନ୍ତ ଲୋକସଭାର 543 ଟି ଆସନରେ ମହିଳା ମାନଙ୍କୁ 33 ପ୍ରତିଶତ ସରଂକ୍ଷଣ ଦେଇପାରିବେ। ତେବେ ମୋଦି ସରକାର ମହିଳା ମାନଙ୍କୁ ସେମାନଙ୍କର ଅଧିକାର ଦେବେ ତ ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି ମୁଖପାତ୍ର। କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ରାଜୀବ ଗାନ୍ଧୀଙ୍କ ଠୁ ଆରମ୍ଭ କରି କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ମହିଳା ମାନଙ୍କ ପାଇଁ ସରଂକ୍ଷଣ ଲାଗୁ କରିଥିଲେ। ତେଣୁ ମହିଳା ମାନଙ୍କ ସରଂକ୍ଷଣ ପାଇଁ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ପ୍ରଦୀପ ଦାସ,ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ପ୍ରତାପ ମଲ୍ଲିକ,ସାଧାରଣ ସମ୍ପାଦକ ସୁକାନ୍ତ ନନ୍ଦ, ବିଶ୍ୱରଂଜନ ଜେଠୀଙ୍କ ସମେତ କଂଗ୍ରେସର ନାରୀ ନେତ୍ରୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରିଥିଲେ।



