ରୋଟାରୀ କ୍ଲବ ଅଫ କଟକ ରlଡିଆନ୍ସ ପକ୍ଷ ରୁ ବିଭିନ୍ନ ସ୍କୁଲ ଓ ସାହିରେ ଉନ୍ନତି ମୂଳକ କାର୍ଯ୍ୟ

କଟକ ରୋଟାରୀ କ୍ଲବ ଅଫ କଟକ ରlଡିଆନ୍ସ ତରଫରୁ ଚାନ୍ଦିନୀ ଚୌକ ସ୍ଥିତ କଳିଙ୍ଗ ଭାରତୀ ସ୍କୁଲକୁ ୨ ଟି କମ୍ପୁଟର
୨ ଟି ଟିଭି, ୨ ଟି ଟେବଲ, ୪ ଟି ଚୌକି ଦିଆଯାଇଥିଲା, ସେହିଭଳି ବକ୍ସି ବଜ଼ାର ସ୍ଥିତ ପୋଲିସ ଲାଇନ ରେ ଅବସ୍ଥିତ ପୋଲିସ ହାଇ ସ୍କୁଲରେ ହାପି ସ୍କୁଲ ଘୋଷଣା ସହିତ ସ୍କୁଲର
ପାଠାଗାର, ଇଣ୍ଡୋର ଖେଳ ଉପକରଣ ତଥା ସ୍କୁଲ ପ୍ରାଙ୍ଗଣ ରେ ପିଲାମାନେ ଖେଳିବା ପାଇଁ ଝୁଲା, ଅନେକ ଉପକରଣ ଦଆଯିବା ସହିତ ସ୍କୁଲର ପରିସ୍ରା ଗାରକୁ ଉନ୍ନତିକରଣ ତଥା ସ୍କୁଲ ଗୃହକୁ ରଙ୍ଗ କରାଯାଇଥିଲା। ଏହା ସହିତ କଟକ ପଟାପୋଲ ମୁସଲିମ ସାହିରେ ଦୁଇଟି ସାହି ପାଈଁ ୫ ଟି ନୂତନ ଶୌଚାଳୟ
ଲୋକାର୍ପଣ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ
ଭାବରେ ଯୋଗଦେଇଥିଲେ ରୋଟାରୀ କ୍ଲବର ଡିଜି ରୋ.ଶ୍ରୀ ମନୋଜ କୁମାର ତ୍ରିପାଠୀ, ଏବଂ ରୋଟାରୀ କ୍ଲବ ଅଫ ରlଡିଆନ୍ସର ସଭାପତି ରୋ. ଶ୍ରୀମତି ବାଣୀ ନିର୍ମାଲ୍ୟ ଦାସ ତଥା ସମ୍ପାଦକ ରୋ.ଶ୍ରୀମତୀ ସାଗରୀକା ମିଶ୍ର, କ୍ଲବର ଉପଦେଷ୍ଟା ତଥା ମେଣ୍ଟର ରୋ ,ଶ୍ରୀମତୀ ବିଦ୍ୟୁତ୍ କୁମାରୀ ଲାଲା, ତଥା କଟକ ମହାନଗର ନିଗମର ୧୫ ନମ୍ବର ୱାର୍ଡ଼ କର୍ପୋରେଟର ଶ୍ରୀମତୀ ଲିଜାରାଣୀ ରାଉତ୍,ଙ୍କ ସହିତ କ୍ଲବର ଶ୍ରମତୀ ପ୍ରତିଭା ଦେବତା, ଶ୍ରୀମତୀ ସଂଯୁକ୍ତା ମହାନ୍ତି ଉପସ୍ଥିତ ଥିଲେ।ରୋଟାରୀ କ୍ଲବ ଆଗକୁ ଏହି ଭଳି ସମାଜର ସେବା ପାଈଁ ଅନେକ ଉନ୍ନତି କାର୍ଯ୍ୟ ଜାରି ରହିବ ବୋଲି କ୍ଲବ ଡିଜି ମନୋଜ କୁମାର ତ୍ରିପାଠୀ କହିଛନ୍ତି.




