
ପରଜଙ୍ଗ – ସମୃଦ୍ଧ ଓଡ଼ିଶାର ମୂଳଦୁଆ ହେଉଛି ବିକଶିତ ଗ୍ରାମାଞ୍ଚଳ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ପ୍ରତିଟି ପଞ୍ଚାୟତରେ ପହଞ୍ଚାଇବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ। “ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅଭାସି ମଧ୍ୟମରେ ରାଜ୍ୟର ୫୦.୦୦୦ ଉର୍ଦ୍ଧ ହିତାଧିକାରିଙ୍କୁ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି ପରିପେକ୍ଷରେ ପରଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ପରଜଙ୍ଗ ବ୍ଲକ୍ ର ୧୮୦ ହିତାଧିକାରି ଙ୍କୁ ଆନ୍ତୋଦୟ ଗ୍ରୁହ ଓ ୨୦୦ ଗୋଟି ଭତାର କାର୍ଯ୍ୟାଦେଶ ସହ ଭତା ପ୍ରମାଣ ପତ୍ର ବଣ୍ଟନ କରାଯିବା ସହ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ କରି ଆମେ ଗ୍ରାମାଞ୍ଚଳର ପ୍ରଗତି ପାଇଁ ଆଉ ଏକ ପାଦ ଆଗକୁ ବଢ଼ିବା ସହ ସାମଗ୍ରିକ ସହଭାଗିତାରେ ଆମେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରି ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ କହିଥିଲେ ।ଏହି ଅବସରରେ ପରଜଙ୍ଗ ଜିଲ୍ଲା ପରିଷଦ ପ୍ରତିନିଧି,ବ୍ଲକ୍ ଅଧକ୍ଷା, ଉପଅଧକ୍ଷା,ବ୍ଲକ୍ ଉନ୍ନୟନ ଅଧିକାରୀ ,ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତିସଭ୍ୟ ଙ୍କ ସମେତ ବହୂ ପରଜଙ୍ଗ ବ୍ଲକ୍ ର ବହୁ ଦଳୀୟ ନେତ୍ରୁବୃନ୍ଦ ପ୍ରମୂଖ ଉପସ୍ଥିତ ଥିଲେ ।




