ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଲାଗିରହିଛି। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ଚାଲିବ । ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ ପରେ ବଳରାମ, ସୁଭଦ୍ରା, କୃଷ୍ଣ, ରୁକୁଣି , ଜଗନ୍ନାଥଙ୍କୁ ଅତ୍ୟଧିକ ଗରମ ରୁ ଥଣ୍ଡା ରହିବା ପାଇଁ ଠାକୁର ଙ୍କୁ ଚନ୍ଦନ ଲାଗି କରାଯାଏ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ମନ୍ଦିର ପହଡ଼ ପଡିବ। ପୂଜକ ମଳୟ କର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଚନ୍ଦନ ଲାଗି ବେଶ ନୀତି ପାଳିତ ହେଉଛି।

April 29, 2026/
No Comments


