
ଧର୍ମୁ ବାବାଙ୍କ ସ୍ମରଣୀୟ ଦିବସ ପାଳନ

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପାସ୍ଥିତ ସାଏରଜା ବାବାମଠ ରେ ମଙ୍ଗଳବାର ଦିନ ଧର୍ମୁ ବାବା ଙ୍କ ସ୍ମରଣୀୟ ଦିବସ ପାଳନ ହୋଇଯାଇଛି।ଧର୍ମୁ ବାବା ମେ ମାସର ୨୭ ତାରିଖ ଦିନ ଇହଧାମ ତ୍ୟାଗ କରିଥିଲେ।ଏହି ଅବସର ରେ କେନାଢିପା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା।ଧର୍ମୁ ବାବା ୧୯୯୧ ମସିହାରୁ ଦିର୍ଘ ୩୫ ବର୍ଷ ଧରି କେନାଢିପା ବାବା ମଠର ରକ୍ଷଣାବେକ୍ଷଣା ଦାୟିତ୍ଵ ନେଇଥିଲେ।ସେ ଏହି ଅଞ୍ଚଳ ରୁ ଭିକ୍ଷା ମାଗି ଧ୍ୱନି ମନ୍ଦିର ନିର୍ମାଣ କରିଥିଲେ।

ଧର୍ମୁ ବାବା ଙ୍କ ତତ୍ତ୍ଵାବଧାନରେ ମଠ ଚତୁଃପାଶ୍ୱର୍ରେ ଆମ୍ବ, ପିଜୁଳି,ପଣସ , ନଡ଼ିଆ ଇତ୍ୟାଦି ଫଳ ଗଛ ଲଗାଯାଇଥିଲା। ନିକଟରେ ଥିବା ସାଏ ରଜା ଗୁମ୍ଫା ବୁଲି ଦର୍ଶକ ଆନନ୍ଦିତ ହୋଇଥାନ୍ତି।ବଣ ପାହାଡ ଘେରା ମଧ୍ୟ ରେ ଗଢ଼ି ଉଠିଥିବା ମଠ ଦର୍ଶକ ଙ୍କୁ ବିମୋହିତ କରିଥାଏ। ସରକାରଙ୍କ ତରଫରୁ ବାଡ ପାଇଁ ଅନୁଦାନ ପ୍ରଦାନ କଲେ ମଠର ରକ୍ଷଣା ବେକ୍ଷଣା ହୋଇପାରିବ ବୋଲି ଭକ୍ତ ମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି।କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରୁ ପ୍ରାୟ ପାଞ୍ଚଶହ ରୁ ଅଧିକ ଅଲେଖ ମହିମା ଭକ୍ତ ସମାଗମ ହୋଇ ଧର୍ମୁ ବାବା ଙ୍କ ସ୍ମରଣୀୟ ଦିବସ ପାଳନ ଧୁମ୍ ଧାମରେ ପାଳନ ହୋଇଯାଇଛି।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ।
ସହଯୋଗ କର୍ତା କେନଢ଼ିପା ଗ୍ରାମ ବାସି।
ଏହି ଏକବିଂସ ସ୍ମରଣୀୟ ଦିବସରେ ଅଲେଖ ମହିମା ଙ୍କ ଅଖଣ୍ଡ ବତୀ ବ୍ରହ୍ମ ଦୀପ ଜାଳି ଜଗତ ଉଧାର କଳ୍ପେ ଧର୍ମୁ ଦାସ ଅମର ଆତ୍ମା ର ସତଗତି ସକାଶେ ପ୍ରାଥନା କରିଥିଲେ।ଅଲେଖ ମହିମା ସାଧୁ ସନ୍ତ ଯୋଗ ଦେଇଥିଲେ।
କେନାଢିପା ପଂଚାୟତ ର ବିଜାଗୁଡା, ଭଇଡେରା, ବେଳୁଆମାଲ ଇତ୍ୟାଦି ଗ୍ରାମ ବାସି ସହଯୋଗ କରିଥିଲେ।




