ନାଲକୋ ସିପିପି ଗେଟ୍ ସମ୍ମୁଖରେ ଠିକା ଶ୍ରମିକ ମାନଙ୍କ ଧାରଣା

ଆଜି ଶ୍ରମିକ ଦିବସରେ ଶ୍ରମିକଙ୍କ ନ୍ୟାୟପାଇଁ ଲଢେଇ ଚାଲିଥିବା ବେଳେ ନାଲକୋ ସ୍ମେଲଟର HRD କିଭଳି ଭାବରେ କିଛି ଅନ୍ୟ ସଂଗଠନ ମାନଙ୍କୁ ଡାକି ଆଲୋଚନା କରି ଠିକା ଶ୍ରମିକ ମାନଙ୍କୁ ଡରାଇ ପ୍ଲାଣ୍ଟ ପରିସର ଭିତରକୁ ନେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ସେହିପରି ସିପିପିର କ୍ୟାଁଟିଂ ଗାଡ଼ିରେ HRD ଦୀପାର୍ଟମେଣ୍ଟ ନିଜେ ଥାଇ ଠିକା ଶ୍ରମିକ ମାନଙ୍କୁ ଗାଡ଼ିରେ ପ୍ଲାଟ ଭିତରକୁ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ସିପିପିର ଆଉ ଏକ ମିଲ ସାଇଡ ର ଅଫିସର ସେମଧ୍ୟ ନିଜ ଗାଡ଼ିରେ କୋଲ ଗେଟ ମାଧ୍ୟମରେ ନେଉଥିଲେ ସେଇ ଅଫିସର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କୁ ତଦନ୍ତ କରାଯାଉ, ନଚେତ ଆଗାମୀ ଦିନରେ ସମସ୍ତ ସାମୁହିକ ଶ୍ରମିକ ଆତ୍ମାହୁତି ଦେବାପାଇଁ ନିଷ୍ପତି ନେଇଛନ୍ତି । ଏଠିକାର ବିଧାୟକ,ସାଂସଦ,ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତିି ହସ୍ତକ୍ଷେପ କରିବା ପାଇଁ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ । ଆଜି ଶ୍ରମିକ ଦିବସରେ ଶ୍ରମିକ ମାନଙ୍କୁ ଏଭଳି ଏକ ନିନ୍ଦନୀୟ ବୋଲି କହିଛନ୍ତି ସମସ୍ତ ଠିକା ଶ୍ରମିକ ।




