କଣିହାଁ କୋଇଲା କ୍ଷେତ୍ରରେ “ଆଳାପ ସଂଳାପ” ପୁସ୍ତକ ଉନ୍ମୋଚନ
ଅନୁଗୋଳ – କଣିହାଁ କୋଇଲା କ୍ଷେତ୍ର ସଭାଘରେ ବିଶିଷ୍ଟ ସାହିତ୍ୟିକ ଡ଼ଃ ପ୍ରସନ୍ନ କୁମାର ବରାଳଙ୍କ ରଚିତ ପୁସ୍ତକ “ଆଳାପ ସଂଳାପ” ର ଶୁଭ ଉନ୍ମୋଚନ ଉତ୍ସବ ଗମ୍ଭୀର ଓ ସାହିତ୍ୟମୟ ପରିବେଶରେ ରବିବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମହାପାତ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ଆୟୋଜିତ ଏହି କାର୍ୟକ୍ରମରେ କୋଇଲା କ୍ଷେତ୍ର ଉପ ପ୍ରବନ୍ଧକ ଦିନେଶ ମାଳି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇଂ. ଧନେଶ୍ୱର ସାହୁ, ଗାଳ୍ପିକ ଓ ପି.ଏମ୍. ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସିଦ୍ଧି ପ୍ରସାଦ ସାହୁ ଓ ଆଇନଜୀବି ତଥା ଢେଙ୍କାନାଳ ସାଂସଦ ଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ ଗାଳ୍ପିକ ଶିକ୍ଷାବିତି ଶ୍ରୀକାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏଥିରେ ଅତିଥିମାନେ ପୁସ୍ତକର ବିଭିନ୍ନ ପ୍ରାସଙ୍ଗିକ ଦିଗ ଉପରେ ଆଲୋଚନା କରିଥିଲେ। ଗାଳ୍ପିକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ପୁସ୍ତକରେ ଓଡ଼ିଶାର ୨୪ ଜଣ ଦିପ୍ତିମାନ ମହାପୁରୁଷଙ୍କ ଜୀବନୀ ସମ୍ମିଳିତ ହୋଇଥିବାରୁ ଏହା ଓଡ଼ିଆ ସାହିତ୍ୟରେ ଏକ ଦିଗବାରେଣୀ ସୃଷ୍ଟି କରିବ। ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ କରିବା ପାଇଁ ପାଠକ ସଂଖ୍ୟା ବୃଦ୍ଧି ଅତ୍ୟାବଶ୍ୟକ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ।
ଲେଖକ ଡ଼ଃ ବରାଳ ତାଙ୍କ ଉଦ୍ବୋଧନରେ ପୁସ୍ତକ ପ୍ରକାଶନର ଉଦ୍ଦେଶ୍ୟ ବ୍ୟକ୍ତ କରି କହିଥିଲେ—କବି ଓ ଲେଖକମାନେ ଲେଖାରେ ସବୁ କଥା କହିପାରନ୍ତି ନାହିଁ; ମନରେ ଥିବା ଅକୁହା ଅନୁଭୂତି ସାକ୍ଷାତକାର ମାଧ୍ୟମରେ ମୁକ୍ତ ହୋଇଥାଏ, ଏବଂ ସେହି ଅଭିବ୍ୟକ୍ତିର ସଂଗ୍ରହ ହେଉଛି “ଆଳାପ ସଂଳାପ”।
ଅନ୍ୟ ବକ୍ତାବୃନ୍ଦ ମଧ୍ୟ ଶ୍ରୀ ମାଳିଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶେଷରେ ସାହିତ୍ୟିକ ବୁଦ୍ଧଦେବ ସେଠି ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ କୁ ଦିଲେଶ୍ଵର ବେହେରା ସଂଚାଳନା କରିଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ମିଶ୍ର,କଷ୍ଟୁ ଚରଣ ସାମଲ ଅଲେଖ ଭୂତିଆ, ଟୁନା ସାହୁ, ହିମାଂଶୁ ଶେଖର ସାହୁ, ପ୍ରତିବିମ୍ବର ଇ ମାଗାଜିନ ର ପ୍ରତିଷ୍ଠାତା ସତ୍ୟାନନ୍ଦ ପ୍ରଧାନ,ମହେଶ୍ୱର ନାଏକ ଙ୍କ ସମେତ ଖଣି କର୍ମଚାରୀ ଅଜୟ କୁମାର ସାହୁ, ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।କଣିହାଁ ରୁ ସୁନୀଲ ସାମଲ ଙ୍କ ରିପୋର୍ଟ,



