ନୁଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍ ଓ ୟୁଡିଏଫ୍ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କିଏ ମାରିବ ବାଜି, ସେ ନେଇ ସମସ୍ତଙ୍କ ନଜର ରହିଛି।
ପଶ୍ଚିମବଙ୍ଗର ଫାଲଟାକୁ ଛାଡ଼ି ୨୯୩ ଆସନ, ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦, ଆସାମର ୧୨୬ ଓ ପୁଡୁଚେରୀର ୩୦ ଆସନରେ ସକାଳ ୮ଟାରୁ ଭୋଟ ଗଣନା ହେବ। ଏଥିପାଇଁ ନିର୍ବାଚନ ଆୟୋଗ(ଇସି)ଙ୍କ ପକ୍ଷରୁ ଏହି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)