ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
ବାଲିଗୁଡା, ତା, ୦୪/୦୫:(ସୁଶୀଳ କୁମାର ପାଣିଗ୍ରାହୀ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ ଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ସୋମବାର ସନ୍ଧ୍ୟା ରେ ସ୍ଥାନୀୟ ପିଡବ୍ଲୁଡି ଛକ ନିକଟରେ ନଗର ବିଜେପି ପକ୍ଷରୁ ଆତାସବାଜି ଫୁଟାଇ ସ୍ୱାଗତ କରିବା ସହ ଅଞ୍ଚଳ ବାସୀଙ୍କୁ ଝାଲ ମୁଢି ଓ ମିଷ୍ଟାନ ବଣ୍ଟନ କରି ଖୁସି ମନାଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜେପି ର ରାଜ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ବରିଷ୍ଠ ସଦସ୍ୟ ପଦ୍ମ ଚରଣ ଦାସ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ ଏ ସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ, ରଞ୍ଜିତ କୁମାର ଚୌଧୁରୀ, ମହିଳା ସଭାନେତ୍ରୀ ସୁଷମା ସାହୁ, ଶୁଭାଶିଷ ମିଶ୍ରପ୍ରମୁଖ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

