ମେ ୮ ତାଳଚେର ବନ୍ଦ୍ କୁ ସମର୍ଥନ ଜଣାଇଲା ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ

ତାଳଚେର ୫/୫ତାଳଚେର ରେ ଦୀର୍ଘଦିନ ଧରି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଜୋର୍ ଦାର୍ କରିବା ସହ ଚଳିତ ମେ ମାସ ୮ ତାରିଖ ଦିନ ୧୨ଘଣ୍ଟିଆ ତାଳଚେର ବନ୍ଦ ଆନ୍ଦୋଳନ କୁ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଦ୍ଵାରା ପ୍ରତିଷ୍ଠା ଲାଭ କରିଥିବା ଆମ ପ୍ରତିଭା ଆମ ପରିଚୟ, ଆଗେଇବା ପରିବାର, ଓ ତାଳଚେର ପୂଜ୍ୟ ପୁଜା ସ୍ମର୍ତ୍ତି ପାରିଷଦ, ଏଵଂ ତାଳଚେର ବୁଦ୍ଧିଜୀବି ଫୋରମ୍ ପକ୍ଷରୁ ଖୋଲା ସମର୍ଥନ ଜଣାଇଛନ୍ତି। ଏହି ଅବସରରେ ତାଳଚେର ଦେଉଳବେଡ଼ା ସ୍ଥିତ ମହେଶ ସାହୁ ଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ତାଳଚେର ରେ ପ୍ରତିଷ୍ଠା ହୋଇଥିବା ମେଡିକାଲ କଲେଜ ରେ ତୁରନ୍ତ ରୋଗୀ ସେବା ଆରମ୍ଭ କରିବାକୁ ଉପସ୍ଥିତ କର୍ମକର୍ତା ମାନେ ଆଲୋଚନା କରିବା ସହିତ ତାଳଚେର ର ସ୍ବାର୍ଥ ପାଇଁ ନିଆ ଯାଇଥିବା ତାଳଚେର ବନ୍ଦ୍ ଆନ୍ଦୋଳନ ଯଥାର୍ଥ ବୋଲି ଅନୁଭବ କରି ମେ ମାସ ୮ତାରିଖ ଶୁକ୍ରବାର ୧୨ଘଣ୍ଟିଆ ତାଳଚେର ବନ୍ଦ କୁ ଦୃଢ଼ ସମର୍ଥନ ଜଣାଇଛଥିଲେ। ଆଜିରଏହି ବୈଠକ ରେ ଅନୁଷ୍ଠାନ ଗୁଡ଼ିକର ପ୍ରତିଷ୍ଠାତା ତଥା ଢେ଼ଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ, ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ର ସଭାପତି ଉପେନ୍ଦ୍ର ପରିଡା, ତାଳଚେର ପୂଜ୍ୟ ପୁଜା ସ୍ମୃତି ପରିଷଦ ର ସଭାପତି ହରେକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ସରୋଜ ପ୍ରଧାନ, ଗିରିଜା ଶଙ୍କର ମିଶ୍ର, ନିର୍ମଳ ତ୍ରୀପାଠୀ, ଡକ୍ଟର ରଶ୍ମି ରଂଜନ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ଦାସ , ଜର୍ମାନୀ ଭୂତିଆ, ତପନ କୁମାର ମହାରଣା,




